ଭିଜିଲାନ୍ସ ଜାଲରେ ଡାକ୍ତର
କଟକ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଏସସିବି ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସନାତନ ବେହେରା । ୨ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିବାବେଳେ ଡାକ୍ତର ବେହେରାଙ୍କୁ ଗୁରୁବାର ଅପରାହ୍ନରେ ମାଡ଼ିବସିଛି ଭିଜିଲାନ୍ସ । ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡ଼ରଙ୍କ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ସରକାରୀ କ୍ୱାଟର୍ସକୁ ଡ. ବେହେରା ହିରୋହୁଣ୍ଡା ଆକ୍ଟିଭା (ଓଡ଼ି୦୫ବିଏସ୭୩୦୯)ରେ ଟଙ୍କା ନେଇ ଯାଉଥିବାବେଳେ ସ୍ଥାନୀୟ କାଠଗୋଲା ସାହି-ମେଡ଼ିକାଲ ରୋଡ଼ରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଟଙ୍କାର ଉତ୍ସ ସଂପର୍କରେ ଡାକ୍ତର ତଥ୍ୟ ଦେଇ ପାରିନଥିଲେ । ଏହାପରେ ଡାକ୍ତର ବେହେରାଙ୍କ ଠାରୁ ଭିଜିଲାନ୍ସ ଟିମ୍ ସମସ୍ତ ଟଙ୍କା ଜବତ କରିଥିଲା । ପରେ ପରେ ଡାକ୍ତର ବେହେରାଙ୍କୁ ଅଟକ ରଖି ତାଙ୍କ ସହ ସଂପୃକ୍ତ ୩ଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଆଶଙ୍କାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ସୂଚନା ମୁତାବକ, ହୋପାଟୋଲୋଜି ବିଭାଗକୁ ଚିକିତ୍ସା ଉପକରଣ ଯୋଗାଣ ପାଇଁ ଅଂଶଗ୍ରହଣକାରୀ ବିଡ଼ରଙ୍କ ଠାରୁ ବେଆଇନ ଟଙ୍କା ସଂଗ୍ରହ ସଂପର୍କରେ ବିଶ୍ୱସ୍ତ ସୂଚନା ଆଧାରରେ ଏସସିବି ମେଡ଼ିକାଲର ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା ସନାତନ ବେହେରାଙ୍କୁ କାଠଗୋଲା ସାହି-ମେଡ଼ିକାଲ ରୋଡ଼ଠାରେ ଓଡ଼ିଶା ଭିଜିଲାନ୍ସର ଏକ ଦଳ ଦ୍ୱାରା ଅଟକା ଯାଇଥିଲା । ଡ. ବେହେରା ତାଙ୍କ ହିରୋହୁଣ୍ଡା ଆକ୍ଟିଭା ସ୍କୁଟରରେ ବେନାମୀ ଟଙ୍କା ନେଇ ତାଙ୍କ ଆବାସିକ ସରକାରୀ କ୍ୱାଟରକୁ ଯାଉଥିବା ସମୟରେ ଭିଜିଲାନ୍ସ ଟିମ ଦ୍ୱାରା ତାଙ୍କୁ ଅଟକା ଯାଇଥିଲା । ଅଟକାଯିବା ସମୟରେ ଡା.ବେହେରାଙ୍କ ନିକଟରୁ ୨ଲକ୍ଷ ୬୩ ହଜାର ବେଆଇନ ଟଙ୍କା ମିଳିଥିଲା । ଡ. ବେହେରା ସନ୍ତୋଷଜନକ ଭାବରେ ହିସାବ ଦେଇପାରିନଥିବାରୁ ତାଙ୍କ ନିକଟରୁ ଟଙ୍କା ଭିଜିଲାନ୍ସ ଟିମ୍ ଦ୍ୱାରା ଜବତ କରାଯାଇଥିଲା । ଏହାପରେ ଡା. ବେହେରାଙ୍କୁ ଅଟକାଇ ତାଙ୍କ ସହ ସଂପୃକ୍ତ ୩ଟି ସ୍ଥାନରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଆଶଙ୍କାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।