ଆରପାରିରେ ନୀଳଗିରି ପୂର୍ବତନ ବିଧାୟକ

ଆରପାରିରେ ନୀଳଗିରି ପୂର୍ବତନ ବିଧାୟକ

ନୀଳଗିରି : ନୀଳଗିରିର ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ ଘଟିଛି । ୭୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ କ୍ୟାନସର ରୋଗରେ ପୀଡିତ ହୋଇ ବମ୍ବେରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ କାହାଳିଆ ସ୍ଥିତ ବାସଭବନରେ ଥିବା ସମୟରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ପ୍ରଥମେ ତାଙ୍କୁ ନୀଳଗିରି ଚିକିତ୍ସାଳୟକୁ ନିଆଯାଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ନୀଳଗିରି ଆସନରୁ ଦୁଇ ଥର ବିଧାୟକ ହୋଇଥିଲେ ।