ସୁରକ୍ଷାକର୍ମୀଙ୍କ  ଗୁଳିରେ ଟପ୍‌ ମାଓନେତା ଗଣେଶ ମୃତ 

ସୁରକ୍ଷାକର୍ମୀଙ୍କ  ଗୁଳିରେ ଟପ୍‌ ମାଓନେତା ଗଣେଶ ମୃତ 

କନ୍ଧମାଳ : କନ୍ଧମାଳ ସୁରକ୍ଷାକର୍ମୀଙ୍କୁ ପୁଣି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ୍‌ ମାଓ ନେତା ଗଣେଶ । ସୁରକ୍ଷାକର୍ମୀ ଗୁଳିରେ ଟପ୍‌ ମାଓନେତା ଗଣେଶ ସମେତ ୪ ମାଓବାଦୀ ନିହତ ହୋଇଛନ୍ତି । ସେ ଓଡ଼ିଶା କ୍ୟାଡର ମୁଖ୍ୟ ରହିଥିଲେ । ଯାହା ମୁଣ୍ଡ ଉପରେ ଥିଲା ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

  ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ଅପରେସନ ସମୟରେ ମାଓବାଦୀମାନେ ପୋଲିସକୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଫଳରେ ୪ଜଣ ମାଓବାଦୀଙ୍କର ଯେଉଁଥିରେ ଦୁଇ ଜଣ ପୁରୁଷ ଏବଂ ଦୁଇ ମହିଳା ରହିଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ଓଡ଼ିଶା କ୍ୟାଡର ମୁଖ୍ୟ ଗଣେଶ ଥିବା ଜଣାପଡିଛି । ସର୍ଚ୍ଚ ଅପରେସନରେ ଘଟଣାସ୍ଥଳରୁ ୨ଟି ଇନସାସ ରାଇଫଲ ସହ ଗୋଟିଏ ୩୦୩ ରାଇଫଲ ଜବତ ହୋଇଛି । ଏହି ମିଳିତ ଏନକାଉଣ୍ଟର SOG, CRPF, BSF ଯବାନଙ୍କ ୨୩ଟି ଟିମ୍‌  ସାମିଲ ରହିଛନ୍ତି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।