ପୁଣି ଏକ ନମ୍ବର ହାଟରେ ନିଆଁ : ଜଳିଗଲା ୫୦ ଦୋକାନ

 ପୁଣି ଏକ ନମ୍ବର ହାଟରେ ନିଆଁ : ଜଳିଗଲା ୫୦ ଦୋକାନ

ଭୁବନେଶ୍ୱର : ଗତକାଲି ବିଳମ୍ବତ ରାତିରେ ରାଜଧାନୀର ୟୁନିଟ୍‌-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଫଳରେ ହାଟରେ ଥିବା ୫୦ରୁ ଅଧିକ ଦୋକାନ  ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ନିଆଁ ଲିଭାଇବା ପାଇଁ ଚନ୍ଦ୍ରଶେଖରପୁର, ତମାଣ୍ଡୋ, କଳ୍ପନା, ବାଲିଅନ୍ତା,ସଚ୍ଚିବାଳୟ ଅଗ୍ନିଶମ ୟୁନିଟ୍‌ ସହ ୧୩ଟି ଗାଡ଼ି ନିୟୋଜିତ ହୋଇଥିଲେ । ଉଦ୍ଧାର କାର୍ଯ୍ୟ ଓ ନିଆଁ ଲିଭାଇବା ପାଇଁ ବରିଷ୍ଠ ଅଗ୍ନିଶମ ଅଧିକାରୀ ସହ ୭୦ଜଣରୁ ଅଧିକ ଆଗ୍ନିକ ସମେତ ୨ୟୁନିଟ୍‌ ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିୟୋଜିତ ଥିଲେ । ଫାୟାର ଫାଇଟିଂ ପାଇଁ କେମିକାଲ ଫୋମ୍‌ କମ୍ପାଉଣ୍ଡ, ଫାୟାର ପ୍ରକ୍ସିମେଟ୍‌ ସୁଟ୍‌, ଜେସିବି ମେସିନ ବ୍ୟବହାର ହୋଇଥିଲା । 

   ବ୍ୟବସାୟୀଙ୍କ କହିବା ଅନୁସାରେ ଗୋଟିଏ ଦୋକାନରୁ ସବୁ ଦୋକାନକୁ ନିଆଁ ବ୍ୟାପିଥିବା ବେଳେ ନିଆଁ କେମିତି ଲାଗିଲା ତାହାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ସ୍ଥାନୀୟ ସିସିଟିଭି ଯାଞ୍ଚ ସହ ଘଟଣାର ତଦନ୍ତ କରିବେ ଉଭୟ କ୍ୟାପିଟାଲ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ । ହାଟରେ ସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର ରଞ୍ଚଳ ରଣା । ସେ କହଛନ୍ତି, ପ୍ଲାଷ୍ଟିକ ବହୁଳ ମାତ୍ରରେ ବ୍ୟବହାର କରୁଛନ୍ତି କିଛି ବ୍ୟବସାୟୀ । ସେହି କରଣରୁ ବାରମ୍ବାର ନିଆଁ ଲାଗୁଛି ।