ସପ୍ତମଶ୍ରେଣୀ ଛାତ୍ରୀଙ୍କୁ ଗଣକୁକର୍ମ ଘଟଣା ; ୪ ଶିକ୍ଷକ ଓ ପିଅନ ଗିରଫ
ରାଜକନିକା : ରାଜକନିକା ଥାନା ଅନ୍ତର୍ଗତ ଓଳାଭର ଠାରେ ଅବସ୍ଥିତ ଅକ୍ସଫୋଡର଼୍ ଇଂରାଜୀ ମିଡିୟମ୍ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଏବେ ହଇଚଇ ସୃଷ୍ଟକରିଛି । ପୀଡିତାର ମା’ଙ୍କ ଏତଲା ଆଧାରରେ ପୁଲିସ୍ ଅଟକ ରଖିଥିବା ୪ ଶିକ୍ଷକ ଓ ଜଣେ ପିଅନକୁ ଗିରଫ କରିଛି । ଏହି ସ୍କୁଲର ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି, ବିଶ୍ୱରଞ୍ଜନ ସାହୁ, ରଶ୍ମିକାନ୍ତ ବିଶ୍ୱାଳ, ମୀନତି ବାଇ ଓ ପିଅନ ରଶ୍ମିରଞ୍ଜନ ରଣାଙ୍କୁ ପୁଲିସ୍ ଆଜି ସକାଳେ ସ୍କୁଲରୁ ଉଠାଇ ଆଣି ସେମାନଙ୍କ ବିରୁଦ୍ଧରେ ରାଜକନିକା ଥାନା କେଶନମ୍ବର ୫୪/୨୧/୨/୨୦୨୬ ଦଫା ୬୫(୨)/୭୦(୨)/୬୦/୪୯/୩୫୧(୨)(୩)/୩(୫)ବିଏନଏସ ୪/୬ ପୋକ୍ସ ଆକ୍ଟ ରୁଜ୍ଜୁ କରିଛି ।
ଘଟଣାର ଏତଲା ମୁତାବକ ପୀଡିତା ଛାତ୍ରୀଙ୍କୁ ସ୍କୁଲର ୩ ଶିକ୍ଷକ ଶିକ୍ଷୟିତ୍ରୀ ମିନତୀ ବାଇଙ୍କ ମାଧ୍ୟମରେ ରୀତିମତ ଦୁଷ୍କର୍ମ କରି ଆସୁଥିଲେ । ଏହି ଘୃଣ୍ୟକାର୍ଯ୍ୟରେ ଶିକ୍ଷକ ଓ ସ୍କୁଲର ପିଅନ ସମ୍ପୃକ୍ତ ରହି ଦୀର୍ଘ ୩ ବର୍ଷ ହେବ ଧମକ ଦେଇ ଶାରୀରିକ ସୁଖ ନେଉଥିଲେ । ଏଥିରେ ରାଜି ନହେଲେ ତାଙ୍କ ସାନଭାଇ ଯେକି ସେହି ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢେ ତାକୁ ଜୀବନରୁ ମାରିଦେବାର ଧମକ ଦେଇ ଆସୁଥିବା ପୀଡ଼ିତାଙ୍କ ମାଆ ପ୍ରମୋଦିନୀ ବିଶ୍ୱାଳ ଏତଲା ଦେଇ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ଅନ୍ୟପକ୍ଷରେ ରାଜ୍ୟରେ ପ୍ରତିଦିନ ଧର୍ଷଣ, ହତ୍ୟା ଓ ମହିଳା ନିର୍ଯ୍ୟାତନା ବଢି ଚାଲିଥିବା ବେଳେ ଏହି ଘଟଣାରେ ଆଜି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା, ବ୍ଲକ କଂଗ୍ରେସ ସଭାପତି ପଙ୍କଜ ଦାସଙ୍କ ଏକ ଟିମ ପୀଡିତା, ତାଙ୍କ ବାପା, ମାଆଙ୍କୁ ଭେଟି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅନୁଧ୍ୟାନ କରି ନ୍ୟାୟ ଦାବି କରିବା ସହ କଠୋର ଦଣ୍ଡ ଦାବି ଜରିଛନ୍ତି । ସେହିପରି ଅପରାହ୍ନରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ସରିତା ସାହୁ, ରାଜ୍ୟ ଜୋନ ସଭାନେତ୍ରୀ ଜ୍ୟୋସ୍ନା ପରିଡା, ସଂଖ୍ୟାଲଘୁ ସେଲର ରାଜ୍ୟ ସହ ଆବାହିକା ରିଜୱାନା ବେଗମ, ଜିଲ୍ଲା ପରିଷଦ ସଭାନେତ୍ରୀ ଲିଲିତା ଦାସ, ବିଜୁ ଜନତା ଦଳର ଦ୍ଭ ରାଜ୍ୟ ଉପ ସଭାନେତ୍ରୀ ରୋଷ୍ନା ସାହୁ, ବ୍ଲକ ସଭାନେତ୍ରୀ ମିନତୀ ରାଉତ ପ୍ରମୁଖ ଏକ ପ୍ରତିନିଧି ଦଳ ପୀଡିତାଙ୍କୁ ଭେଟି ନ୍ୟାୟ ଦାବି କରିବା ସହ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରିଛନ୍ତି । ଜଣେ ନାବାଳିକା ଛାତ୍ରୀଙ୍କୁ ଖୋଦ୍ ସେହି ସ୍କୁଲର ଶିକ୍ଷକମାନେ ଦୀର୍ଘ ବର୍ଷ ଧରି ଗଣଦୁଷ୍କର୍ମ କରିବା ଭଳି ସଙ୍ଗୀନ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ବିଧାନସଭା ଚାଲିଥିବା ବେଳେ ଏଭଳି ଏକ ସ୍ପର୍ଶକାତର ଘଟଣା ସାରା ରାଜ୍ୟର ଆଇନ୍ଶୃଙ୍ଖଳା ସ୍ଥିତିକୁ ତାଜା କରିଦେଇଛି । ତେବେ ପୀଡିତା ଛାତ୍ରୀ ଗତ ଜାନୁଆରୀ ମାସ ୧୪ ତାରିଖରେ ନିଜ ମାଆ କୁ ଏସମ୍ପର୍କରେ କହିବା ପରେ ମା’ ମଧ୍ୟ ସ୍କୁଲକୁ ଆସି ପ୍ରିନ୍ସିପାଲଙ୍କୁ ଭେଟିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ମିଥ୍ୟା ବୋଲି କହି ଦୋଷୀଙ୍କୁ ସୁରକ୍ଷା ଦେଉଥିଲେ । ଏସପି ମଧ୍ୟ ସ୍କୁଲକୁ ଯାଇ ତଦନ୍ତ କରିଛନ୍ତି ।