ଘରେ ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ
ଦେବଗଡ : ଘର ସମ୍ମୁଖରେ ଫାଟିଲା ଗ୍ୟାସ ସିଲିଣ୍ଡର । ଦେବଗଡ ଜିଲ୍ଲା ବାରକୋଟ ଅଞ୍ଚଳରେ ଭୟଙ୍କର ବିସ୍ପୋରଣ । ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ । ଦେବଗଡ ଜିଲ୍ଲା ବାରକୋଟ ଅଞ୍ଚଳରେ ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ପରିବାର କାହାର କ୍ଷତି ହୋଇ ନଥିବା ବେଳେ ଘରେ ସମ୍ମୁଖରେ ରଖା ଯାଇଥିବା ଦୁଇଟି ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଛି।
ସୂଚନା ଅନୁସାରେ, ବାରକୋଟ ଅଞ୍ଚଳର ଅନୂଲ୍ୟ ନାଥଙ୍କ ଘର ଭିତରେ ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ବିସ୍ପୋରଣ ଫଳରେ ପରିବାରର ସଦସ୍ୟଙ୍କର କୌଣସି କ୍ଷତି ହୋଇନାହିଁ । ଗ୍ୟାସ ସିଲିଣ୍ଡରଟି ଘର ସମ୍ମୁଖ ପୋର୍ଟିକୋରେ ରହିଥିବା ବେଳେ ବିଳମ୍ବିତ ରାତିରେ ନିଆଁ ଲାଗି ଫାଟିଯାଇଛି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ବିସ୍ପୋରଣ ଦ୍ୱାରା ଘର କାନ୍ଥର ପ୍ଳାଷ୍ଟର ଛାଡ଼ି ଯାଇଥିବା ବେଳେ ଅଗ୍ନିକାଣ୍ଡରେ କାର ଓ ବାଇକ୍ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।