ଫରେଷ୍ଟରଙ୍କ ଘରୁ ନଗଦ ଟଙ୍କା ସହ ୧କେଜି ସୁନା ଜବତ
କୋରାପୁଟ : ଅଜି ସକାଳ ସମୟରେ ସେମିଳିଗୁଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ସରକାରୀ ବସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଏହି ଚଢ଼ଉ ସମୟରେ ଜଙ୍ଗଲବାବୁଙ୍କ ଅମାପ ସମ୍ପତ୍ତିକୁ ଜମତ କରିଛି ଭିଜିଲାନ୍ସ । ଭୁବନେଶ୍ୱରରେ ୨ଟି ବହୁମହଲା କୋଠା, ୭ଟି ଉଚ୍ଚ ମୂଲ୍ୟର ପ୍ଲଟ, ପ୍ରାୟ ୧କିଲୋଗ୍ରାମ ସୁନା ଏବଂ ନଗଦ ୮.୭୦ଲକ୍ଷ ଟଙ୍କା ଜବତ କରାଯାଇଛି । ବ୍ୟାଙ୍କ, ଡାକ ଜମା ଏବଂ ଅନ୍ୟାନ୍ୟ ନିବେଶ ସହ ୧ଚାରି ଚକିଆ ଓ ୩ ଦୁଇ ଚକିଆ ଯାନ ଜମତ ହୋଇଛି । ଭିଜିଲାନ୍ସର ୬ଜଣ ଡିଏସପି ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଅଛନ୍ତି ।
Samir Kumar Rout