ଆନ୍ତଃରାଜ୍ୟ ବାଇକ ଚୋରି ରାକେଟ ଠାବ : ୨୨ ବାଇକ୍‌ ଜବତ ଓ ୪ ଗିରଫ 

ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ପୁଲିସ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ ଥିବା କୋଟିନଡ଼ା ପୁଲିସକୁ ବଡ଼ ସଫଳତା ମିଳିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୁଲିସ ଅଧିକାରୀ ସନ୍ତୋଷ କୁମାର ଜେନା  ସୂଚନା ପ୍ରଦାନ କରିଛନ୍ତି । ଏହି ଅନ୍ତଃରାଜ୍ୟ ବାଇକ ଚୋର ମାନେ ଆନ୍ଧ୍ରପ୍ରଦେଶ, ମୟୁରଭଞ୍ଜ, ବାଣପୁର, ବେଗୁନିଆ, ଖୋର୍ଦ୍ଧା, ବେଲଗୁଣ୍ଠା, ବ୍ରହ୍ମପୁର, ପୋଲସରା, ଭଞ୍ଜନଗର, ମୋହନା, ରମ୍ଭା, ଖଲିକୋଟ ଅଞ୍ଚଳରୁ ଏହି ହାଇ ସ୍ପିଡ଼ ଗାଡିକୁ ଚୋରି କରି ଛିନ୍ନତାଇ ଓ ରାହଜନୀ କରୁଥିଲେ । ପୁଲିସ ପେଟ୍ରୋଲିଙ୍ଗ ସମୟରେ ଚାରି ଜଣଙ୍କ ମୋଟର ସାଇକେଲ ଦେଖି ସନ୍ଦେହ ଉପୁଜିଥିଲା । ତଦନ୍ତ ବେଳେ ଏଭଳି ବଡ଼ ଧରଣର ଡକାୟତ ଧରାପଡିଛି । ଏନେଇ କୋଟିନଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇ ଢୁଙ୍କୁଣୀ ଗ୍ରାମର ଏ ସିଧୁ, ଦାସ ଅଜୟ, ଏ. ରାମ, ଏବଂ ନାରାୟଣପୁରର ନରସିମା ଦାସ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲା ଆରାକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ୱାରୀ ଚାଲିଥିବା ଅପରାଧୀ ତତ୍ୱ ଦମନ  ନେଇ ହେଉଥିବା ଧରପଗଡ଼ରେ ଆଗକୁ ଆହୁରି ବଡ଼ ବଡ଼ ଅପରାଧୀ ପୁଲିସ ହାତରେ ଲାଗିବେ ବୋଲି ସୂଚନା ମିଳିଛି । ଏହି ଧରପଗଡ଼ରେ ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ବିଭିନ୍ନ ଥାନା ଇଲାକାରେ ଟିମ ଗଠନ ହୋଇଛି । ସେହି କ୍ରମରେ କୋଟିନଡା ପୁଲିସ ହାତର ୨୨ ଗୋଟି ମୋଟର ସାଇକେଲ ଧରାପଡ଼ିଛି । ବିଶେଷ କରି ଅଞ୍ଚଳରେ ଅପରାଧୀତତ୍ୱକୁ ଦୃଢ ହସ୍ତରେ ଦମନ କରିବା ପାଇଁ ଅପରାଧୀ ତାଲିକା ପ୍ରସୂତ ହୋଇଛି । ଆଗକୁ ମଦ, ବାଲି, ୱାରେଣ୍ଟ ଧରପଗଡ଼, ଚୋରି ଓ ରାହାଜାନକୁ ରୋକିବା ନେଇ ପୁଲିସକୁ ଅଧିକ କ୍ରିୟାଶୀଳ କରାଯାଇଥିବା ଥାନା ଅଧିକାରୀ ଦାମୋଦର ବିହାରୀ, ଏସଆଇ ସତ୍ୟବ୍ରତ ସାହୁ, ଦିଲ୍ଲୀପ କୁମାର ଶତପଥି ସମେତ ପୁରା ପୁଲିସ ଟିମ ସହଯୋଗ କରିଥିଲେ ।