୨୮ ଲକ୍ଷ ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୁଲିସ

୨୮ ଲକ୍ଷ ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୁଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବେଆଇନ ଭାବେ ଚାଷ ହେଉଥିବା ନୀଳ ଜହର ତଥା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୁଲିସ । ପ୍ରାୟ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ ଗଞ୍ଜେଇ ଗଛ କାଟି ଏହାକୁ ପୋଡି ନଷ୍ଟ କରାଯାଇଥିବା ବେଳେ ଏହି ଗଞ୍ଜେଇ ଚାଷ ପଛରେ କିଏ କିଏ ଜଡିତ ଅଛନ୍ତି ତାହାର ମଧ୍ୟ ତନାଘନା କରୁଥିବା ଜଣା ପଡିଛି । ସୂଚନା ଅନୁଯାଇ ମାଲକାନଗିରି ଥାନା ଅନ୍ତର୍ଗତ ବିଏଲପୁର ପଞ୍ଚାୟତ ନିକଟବର୍ତ୍ତୀ ଧାଙ୍ଗଗୁଡା, ଗୋଟିଗୁଡା ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ନେଇ ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା । ଏହାପରେ ଆଜି ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନିର୍ଦ୍ଦେଶ କ୍ରମେ ସବ ଇନିସପେକ୍ଟର ସର୍ବେଶ୍ୱର ଭୋଇ, ଏଏସଆଇ ଅଜିତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ପୁଲିସ ଟିମ ଉକ୍ତ ଗଞ୍ଜେଇ ଚାଷ ଉପରେ ଚଡାଉ କରିଥିଲେ । ଉକ୍ତ ଜଙ୍ଗଲରେ ବେଆଇନ ଭାବେ ହୋଇଥିବା ୧୧ଏକର ଜଙ୍ଗଲ ଜମିରୁ ୧୬୫୦୦ ଗଞ୍ଜେଇ ଗଛ କାଟି ପୋଡି ନଷ୍ଠ କରିବା ସହ ସ୍ଥାନୀୟ ଲୋକଙ୍କୁ ଗଞ୍ଜେଇ ଚାଷ ଠାରୁ ଦୂରେଇ ରହିବାକୁ ସଚେତନ କରିଥିଲେ । ପୁଲିସ ପକ୍ଷରୁ ସିନ୍ଦିରିମାଳ ପଞ୍ଚାୟତସ୍ଥ ଭୀମରଙ୍ଗିଣୀ ଜଙ୍ଗଲରେ ହୋଇ ଥିବା ୯ ଏକର ଜମିରୁ ୧୨ ହଜାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରଯାଇଥିଲା । ଏହି ଦୁଇଦିନ ର ଚଢ଼ାଉରେ ପ୍ରାୟ ୨୮ଲକ୍ଷ ୫୦ ହଜାର ଟଙ୍କାର ଗଞ୍ଜେଇ ଗଛ କଟାଯାଇ ଏହାକୁ ପୋଡି ନଷ୍ଟ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ କିଣ୍ଡୋ ସୂଚନା ଦେଇଛନ୍ତି ।