ସ୍କୁଲ ନିକଟରେ ଚୋରାମଦ ବିକ୍ରିକୁ ବିରୋଧ
ରାଜକନିକା : ରାଜକନିକା ବ୍ଲକ ବରାଡ଼ିଆ ହାଇସ୍କୁଲ ନିକଟ ମଧୁପଡା ଗାଁର ଦୁଇଜଣ ବ୍ୟକ୍ତି ଦୀର୍ଘ ଦିନ ହେବ ଚୋରାମଦ କାରବାର କାରୀ ଆସୁଥିବା ବେଳେ ରବିବାର ଦିନ ମଧୁପଡା ଗାଁର ମହିଳା ମାନେ ଏକାଠି ହୋଇ ଚୋରାମଦ ବିକ୍ରିକୁ ବିରୋଧ କରି ଦୋକାନ ଭାଙ୍ଗିଥିବା ଦେଖିବାକୁ ମିଳିଛି । ମହିଳା ମାନଙ୍କର ଅଭିଯୋଗ ଅନୁଯାଇ ବରାଡ଼ିଆ ହାଇସ୍କୁଲ ନିକଟରୁ ଅଳ୍ପ କିଛି ଦୂରରେ ମଧୁପଡା ଗାଁର ଦୁଇଜଣ ବ୍ୟକ୍ତି ଚୋର ଦେଶୀମଦ କାରବାର କରିଆସୁଥିବା ଫଳରେ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅଭିଭାବକମାନେ ଭୟ କରୁଛନ୍ତି । ଛୋଟ ଛୋଟ ସ୍କୁଲ ପିଲାମାନେ ମଦ ପିଉଛନ୍ତି ଏବଂ ସ୍କୁଲ ଓ କଲେଜ ଛାତ୍ରୀ, ମହିଳା ମାନେ ବଜାରକୁ ଆସିବାକୁ ଭୟ କରୁଛନ୍ତି । ଅନେକ ସମୟରେ ମଦୁଆ ମାନେ ଅଶ୍ଲିଳ ଭାଷା ପ୍ରୟୋଗ କରି ଉଲଗ୍ନ ହୋଇ ରାସ୍ତାରେ ପଡୁଛନ୍ତି । ଏହା ସହିତ ପ୍ରତେକଙ୍କ ଘରେ ଅଶାନ୍ତି ଲାଗି ରହୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ତେବେ ମହିଳା ମାନେ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲା ପରେ କିଛି ସୁଫଳ ନମିଳିବାରୁ ଏମିତି କରିବାକୁ ବାଧ୍ୟ୍ୟ ହୋଇଥିବା ସୂଚନା ଦେଇଛନ୍ତି । ତେବେ ପଡୋଶୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଏହି ନିଶା କାରବାର ପାଇଁ ଏକ ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା ହୋଇଥିବା ବେଳେ ନିଜ ପିଲାଙ୍କ ଭବିଷ୍ୟତ ଓ ନିଜର ସୁରକ୍ଷା ପାଇଁ ମହିଳା ମାନେ ନିଶା ବିରୁଦ୍ଧରେ ଏକାଠି ହୋଇ ବରାଡ଼ିଆ ପଞ୍ଚାୟତକୁ ନିଶା ମୁକ୍ତ କରିବାକୁ ଶପଥ ନେଇଥିବା ସୂଚନା ମିଳିଛି ।
Samir Kumar Rout