ଶିକାରୀ ଫାଶରେ ପଡିଥିବା କଲରାପତରିଆ ବାଘ ମୃତ 

ଅନୁଗୁଳ : ଶିକାରୀ ଫାଶରେ ପଡିଥିବା କଲରାପତରିଆ ବାଘ ମୃତ ହୋଇଛି । ବନ୍ୟଜନ୍ତୁ ଶିକାର ପାଇଁ  ଜଙ୍ଗଲରେ ବସା ଯାଇଥିଲା ଫାଶ । କିନ୍ତୁ ବନ୍ୟଜନ୍ତୁ ପଡ଼ିବା ପରିବର୍ତ୍ତେ ଯନ୍ତାରେ ପଡିଥିଲା କଲରାପତରିଆ ବାଘ । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ବନଖଣ୍ଡ କରତପଟା ସେକ୍ସନ ଡ଼ିମିରିପାଳ ଗାଁରେ । ସେହି ଯନ୍ତାରେ କଲରାପତରିଆ ବାଘ ପଡିଥିବା ଦେଖି ଗାଁଲୋକେ ଭୟଭିତ ହୋଇଥିଲେ । ପରେ ବନ ବିଭାଗକୁ ଖବର ଦେବା ପରେ ବାଘକୁ ଯନ୍ତାରୁ ଉଧାର କରିଥିଲା ବନ ବିଭାଗ । ତାର ମୃତ୍ୟୁ ହୋଇଥିବା ବନ ବବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।