ପୁଣି ରାଜଧାନୀରେ ଆଉ ଏକ ଜୀବନ ନେଲା ଥାର୍‌ 

ପୁଣି ରାଜଧାନୀରେ ଆଉ ଏକ ଜୀବନ ନେଲା ଥାର୍‌ 

ଭୁବନେଶ୍ୱର : ପୁଣି ରାଜଧାନୀ ଆଉ ଏକ ଜୀବନ ନେଲା ଥାର୍‌ । ଗତକାଲି ରାତିରେ କ୍ୟାପିଟାଲ ହସ୍ପିଟାଲ ଛକରେ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଭୁବନେଶ୍ୱର ଓଲ୍ଡ ଟାଉନ ତିନି ମୁଣ୍ଡିଆ ଅଞ୍ଚଳର ୧୯ବର୍ଷୀୟ ରାଜା ପେଦିନି ।

   ସୂଚନା ମୁତାବକ, ଗତକାଲି ରାତିରେ ବୁଲେଟ ଯୋଗେ ରାଜା ଏବଂ ତାଙ୍କ ଦୁଇ ସାଙ୍ଗ ଘରକୁ ଫେରୁଥିଲେ । କ୍ୟାପିଟାଲ ହସ୍ପିଟାଲ ଛକରୁ ୟୁ ଟର୍ନ କରୁଥିବା ବେଳେ ଏଜି ଛକ ପଟୁ ଦୃତ ଗତିରେ ଆସୁଥିବା ଥାର ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଥାର୍‌ ଚକା ତଳେ ଚାପି ହୋଇ ଯୁବକଙ୍କ ଜୀବନ ଯାଇଛି । ସମସ୍ତଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ରାଜାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥାର୍‌ ଏବଂ ଦୁର୍ଘଟଣାଗ୍ରସ୍ତ ବୁଲେଟକୁ ଜବତ୍‌ କରି ତଦନ୍ତ ଆରମ୍ଭ କରିଛି ।