ହାଇଦ୍ରାବାଦ୍‌ ଇନଭେଷ୍ଟର୍ସସୃଷ୍ଟି ମିଟ୍‌କୁ ବଡ ସଫଳତା : ୫୬ ହଜାର ନିଯୁକ୍ତି ସୁଯୋଗ

ହାଇଦ୍ରାବାଦ୍‌ ଇନଭେଷ୍ଟର୍ସସୃଷ୍ଟି ମିଟ୍‌କୁ ବଡ ସଫଳତା : ୫୬ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ହାଇଦ୍ରାବାଦ ନିବେଶ ସମ୍ମିଳନୀ ସାରି ଆଜି ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । 

   ମୁଖ୍ୟମନ୍ତ୍ରୀ କହିଛନ୍ତି, ନିବେଶ ସମ୍ମିଳନୀରେ ସେ ପ୍ରାୟ ୨୫ଟି ବୈଠକ କରିଥିଲେ । ଏହି ବୈଠକରେ ୫ ଶହରୁ ଅଧିକ ଶିଳ୍ପପତିଙ୍କ ସହ ଆଲୋଚନା କରିବା ସହ ୧୩ଟି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ନିବେଶ ସମ୍ମିଳନୀରେ ୬୭ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଦିଆଯାଇଛି । ଯାହାଦ୍ୱାରା ଓଡିଶାରେ ପ୍ରାୟ ୫୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିମଧ୍ୟରୁ ୨୭ ହଜାର ୬୫୦ କୋଟି ଟଙ୍କାର ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନ ଦେଇଛନ୍ତି ।