ହାତୀ ଆକ୍ରମଣରେ ଯୁବକ ମୃତ 

ହାତୀ ଆକ୍ରମଣରେ ଯୁବକ ମୃତ 

ବେଗୁନିଆ : ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଖୋର୍ଦ୍ଧା ବେଗୁନିଆ ଓ ଆଖପାଖ ଅଞ୍ଚଳରେ ହାତୀମାନେ ଉପଦ୍ରବ ଦେଖା ଦେଇଛି । ହାତୀପଲ ଧାନ ନଷ୍ଟ କରିବା ସହ ଗାଁରେ ପଶି ଭାଙ୍ଗା ରୁଜା କରିଛନ୍ତି । 

   ଗାଁରେ ହାତୀପଲ ପଶି ଫସଲ ନଷ୍ଟ କରିଥିଲେ । ଲୋକମାନେ ଏକାଠି ହୋଇ ହାତୀ ଘଉଡେ଼ବା ସମୟରେ ହାତୀଟି ଆକ୍ରମଣ କରିଥିଲା । ଫଳରେ ସେହି ଗ୍ରାମର ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ଯୁବକ ଜଣକ ହେଲେ ଭୁଆସୁଣି ପାଟଣା ଅଞ୍ଚଳର ପ୍ରିୟବ୍ରତ ପରିଡ଼ା । ଏହି ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ହାତୀ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗ ପକ୍ଷରୁ ଦିନରେ ମାଇକ ଯୋଗେ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ, ରାତିରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି ।