ବସ୍‌ ସହ ବାଇକ୍‌ ଧକ୍କା : ୩ ମୃତ 

ବସ୍‌ ସହ ବାଇକ୍‌ ଧକ୍କା : ୩ ମୃତ 

ରାଇରଙ୍ଗପୁର : ବସ୍‌ ଧକ୍କାରେ ୩ ବାଇକ୍‌ ଆରୋହୀଙ୍କ ମୃତ । ଓଭରଟେକ୍‌ କରିବା ସମୟରେ ଅଘଟଣ । ରାଇରଙ୍ଗପୁର ଟାଉନ୍‌ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ରାଣୀବନ୍ଧ ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ତିନି ଯୁବକ ତିରିଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ଦୁଇଟି ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ଗୋଟିଏ ମୃତ ଦେହ ବସ୍‌ ଚକା ତଳେ ଫସି ରହିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

  ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ‘ଶ୍ରୀ ଦୁର୍ଗା’ ନାମକ ଏକ ଘରୋଇ ବସ୍‌ ଯାତ୍ରୀନେଇ ଯଶୀପୁର ଅଭିମୁଖେ ଯାଉଥିଲା । ସେହି ସମୟରେ ସାମ୍ନା ପଟରୁ ୩ ଜଣ ଯୁବକ ଏକ ବାଇରେ ଦ୍ରୁତଗତିରେ ଆସୁଥିଲେ । ଟ୍ରକ୍‌କୁ ଓଭରଟେକ୍‌ କରୁଥିବା ସମୟରେ ଭାରସାମ୍ୟ ହରାଇ ବସ୍‌ରେ ପିଟି ହୋଇ ଚକା ତଳେ ପଡ଼ିଯାଇଥିଲେ । ଚାଳକ ଜଣକ ବାଇକ୍‌ ସହ ବସ୍‌ ତଳେ ପଶି କିଛିବାଟ ଘୋଷାଡି ହୋଇ ଯାଇଥିଲେ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।