ମହୁମାଛି ଆକ୍ରମଣରେ ୧୨ ଜଣ ଆହତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ପଞ୍ଚାୟତ ମିଟୁଆଣି ଉପ୍ରା ବିଦ୍ୟାଳୟ ରାସ୍ତାରେ ମହୁମାଛି ଆକ୍ରମଣରେ ୧୨ ଜଣ ଆହତ ହୋଇଥିବା ଜଣାଯାଇଛି । ରବିବାର ଦିନ ଦେଢଟା ବେଳେ ବିଦ୍ୟାଳୟ ରାସ୍ତା ପାଶ୍ୱର୍ ଅର୍ଜ୍ଜୁନ ଗଛରୁ ମହୁମାଛି ଶହ ଶହ ସଂଖ୍ୟାରେ ଉଡିଆସି ବାଟୋଇମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ତେଜସ୍ମନ ବେହୁରିଆ, ଗଜେନ୍ଦ୍ର ବେହୁରିଆ, ସୌମ୍ୟରଞ୍ଜନ ନାୟକ, ଜୟପ୍ରକାଶ ରାଉତ, ବିରଞ୍ଚ ନାରାୟଣ ପୃଷ୍ଟି, ବଳରାମ ବେହେରା, ତାରେଣୀ ମଲ୍ଲିକ ପ୍ରମୁଖ ଆହତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ପ୍ରାଥମିକ ଚିକତ୍ସା ପରେ ଆହତମାନଙ୍କୁ ମେଡିକାଲରୁ ଛାଡି ଦିଆଯାଇଥିବା ଜଣାଯାଇଛି ।
Samir Kumar Rout