ଡ୍ୟୁଟି ବେଳେ ଟଳିପଡିଲେ ହୋମଗାର୍ଡ

ଡ୍ୟୁଟି ବେଳେ ଟଳିପଡିଲେ ହୋମଗାର୍ଡ

ବାଲେଶ୍ୱର : ଡ୍ୟୁଟି କରୁଥିବା ବେଳେ ଟଳିପଡିଲେ ହୋମଗାର୍ଡ । ବାଲେଶ୍ୱର ଡିଆର୍‌ଡିଓ ଆଇଟିଆରରେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ଅଘଟଣ । ଡିଆର୍‌ଡିଓ ଆଇଟିଆରରେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍‌ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ହୋମଗାର୍ଡ ଜଣକ କେନ୍ଦୁଝର ନନ୍ଦିପଦାର ଅଲେଖ ଜେନା ବୋଲି ଜଣାପଡିଛି । ହୃଦ୍‌ଘାତରେ ଅଲେଖଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।