ବିଡିଓଙ୍କୁ ପିଟିଲେ ଲୋକେ
ନୂଆପଡ଼ା : ବିଡିଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ନୂଆପଡା ବିଡିଓ ରୋହିତ ଭୋଇ । ଆଜି ସକାଳୁ ନୂଆପଡ଼ା ସଦର ବିଡିଓ ରୋହିତ ଭୋଇ ନିଜ ବାସ ଭବନରୁ ଗାଁରେ ପ୍ରଶାସନରେ ଯୋଗ ଦେବାପାଇଁ ବାହାରୁ ଥିଲାବେଳେ କିଛି ଲୋକ ତାଙ୍କୁ ଘେରି ମାଡ ମାରିଥିଲେ ।
ସୂଚନା ମୁତାବକ, ଅଧିକାର ବ୍ଲକ୍ ଭାଇଁସତାଲ ପଞ୍ଚାୟତରେ ନୂତନ ପଞ୍ଚାୟତ କୋଠା ନିର୍ମାଣକୁ ନେଇ ଅଭିଯୋଗ ହୋଇ ଆସୁଥିଲା । ତେବେ ଗତ ଦୁଇ ଦିନ ତଳେ କୋଠା ନିର୍ମାଣକୁ ବନ୍ଦ କରିବାକୁ ନେଇ ପଞ୍ଚାୟତବାସୀ ଉଚ୍ଚ ନ୍ୟାୟାଳୟରୁ ରହିତାଦେଶ ଆଣିଥିଲେ । ତଥାପି କାହିଁକି କାମ ଜାରି ରହିଛି ବୋଲି ଆଜି ଭାଇଁସାତାଲର କିଛି ଲୋକ ବିଡିଓଙ୍କ ନିକଟକୁ ଆସି ଆଲୋଚନା କରିଥିଲେ କିନ୍ତୁ ହଠାତ୍ ବିଡିଓଙ୍କୁ କିଛି ଲୋକ ମାଡ ମାରିଥିଲେ । ଏହି ସମୟରେ ବିଡିଓଙ୍କ ଡ୍ରାଇଭର ସେଠାରେ ଉପସ୍ଥିତ ଥିଲେ, ପୁରା ଘଟଣା ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ଖବର ପାଇ ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
Samir Kumar Rout