ନିର୍ମାଣ ହେବ ନୂଆଁ ଡାକବଙ୍ଗଳା
ଆସିକା : ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆ ବାବନପୁର ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହେବ ନୂତନ ଡାକ ବଙ୍ଗଳା । ଆସିକାର ବିଧାୟକ ସରୋଜ କୁମାର ପାଢ଼ୀଙ୍କର ଉଦ୍ୟମରେ ବାବନପୁର ପଞ୍ଚାୟତ ଅନ୍ତର୍ଗତ ନୂଆଁ ବାବନପୁର ଠାରେ ୨ କୋଟି ୯୦ ଲକ୍ଷ ୫୭ ହଜାର ଟଙ୍କା ବ୍ୟୟରେ ତିଆରି ହେବା ପାଇଁ ପୂର୍ତ୍ତ ବିଭାଗ ଏବଂ ପ୍ରଶାସନିକ ଅନୁମୋଦନ ମିଳିଛି । ବିଧାୟକ ସରୋଜ କୁମାର ପାଢ଼ୀ ଗାଟିଏ ପରେ ଗୋଟିଏ ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ପ୍ରୟାସ ଜାରି ରଖିଛନ୍ତି । ଆସିକାରେ ବାଇପାସ ରାସ୍ତା, କଲେଜର ବାଉଣ୍ଡ୍ରି, ବାଳକ ଓ ବାଳିକା ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ, ଋଷିକୂଲ୍ୟା ଓ ବଡ଼ ନଦୀରେ ବ୍ୟାରେଜ ନିର୍ମାଣ, ଉନ୍ନତ ଧରଣର ମେଡିକାଲ ନିର୍ମାଣ, ଆସିକାରେ ଥିବା ରାଜସ୍ୱ ଡାକ ବଙ୍ଗଳାକୁ ନୂତନ କରିବା, କଇଁଫୁଲିଆ ଠାରେ ମିନି ପାର୍କ ନିର୍ମାଣ ଭଳି ଅନେକ କାର୍ଯ୍ୟ ପାଇଁ ଲାଗିପଡିଛନ୍ତି । ଏଭଳି କାର୍ଯ୍ୟ ପାଇଁ ନିର୍ବାଚନ ମଣ୍ଡଳୀର ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।
Samir Kumar Rout