ସୁନ୍ଦରଗଡରେ କଟକଣା : ସନ୍ଧ୍ୟା ୬ଟା ଯାଏଁ ଇଣ୍ଟରନେଟ୍ ବନ୍ଧ
ସୁନ୍ଦରଗଡ : ସୁନ୍ଦରଗଡ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ଯେଉଁଥିରେ ୪ ପୁଲିସ କର୍ମୀଙ୍କ ସମେତ ୧୨ ଆହତ ହୋଇଛନ୍ତି । ହିଂସାକାଣ୍ଡ ଓ ଉତ୍ତେଜନାକୁ କାବୁ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର ରହିଛି । କାଲି ସନ୍ଧ୍ୟା ୬ଟାରୁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ପୂରା ସୁନ୍ଦରଗଡ଼ ସହରରେ ଈଘଝ ୧୬୩ ଜାରି କରାଯାଇଛି ।
ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ହିଂସାକାଣ୍ଡ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଓ କଲେଜ ଆଜି ବନ୍ଦ ରହିବ । କୌଣସି ଏକ ଗୁଜବକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଉତ୍ତେଜନା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା । ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି, ଏସପି, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।
Samir Kumar Rout