ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ଉଡ଼ିଗଲା ଘର 

ବ୍ରହ୍ମପୁର : ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ଉଡ଼ିଗଲା ଘର । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ନିମଖଣ୍ଡି ଥାନା ବୋରିଗାଁରେ ଘଟିଛି ବଡ଼ ଧରଣର ଅଘଟଣ । ଏହି ବିସ୍ପୋରଣରେ ଜଣେ ଆହତ ହୋଇଛନ୍ତି । ଆହତ ଜଣକ ହେଲେ ପ୍ରଫୁଲ୍ଲ ରାଉଳ । ଅଗ୍ନିଶମ ବିଭାଗ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଛନ୍ତି । କେଉଁ ପରିସ୍ଥିତିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ହୋଇଛି ତାହା ଜଣା ଜଣାପଡି ନାହିଁ । ଗ୍ୟାସ ଚୁଲା ଲାଗିନଥିବା ବେଳେ ସିଲିଣ୍ଡର କିପରି ବିସ୍ଫୋରଣ ହେଲା ତଦନ୍ତରୁ ଜଣାପଡିବ। ଏହି ବିସ୍ପୋରଣରେ ଘରର ବିଭିନ୍ନ ଅଶଂ ଭାଙ୍ଗି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।