କମିଲା ଭକ୍ତ ନିବାସର ପାର୍କିଂ ଫି
ପୁରୀ : କମିଲା ଭକ୍ତ ନିବାସ ପାର୍କିଂ ଫି । ଭକ୍ତ ନିବାସର ପାର୍କିଂ ଫି ବାବଦକୁ ଆଉ ଦେବାକୁ ପଡିବନି ୫ଶହ ଟଙ୍କା । ଏବେ ଭକ୍ତ ନିବାଶରେ ପାର୍କିଂ ବାବଦକୁ ଦେବାକୁ ପଡିବ ୨୪୦ ଟଙ୍କା । ଏହି ନିୟମ ଆସନ୍ତା କାଲିଠାରୁ ଲାଗୁ କରାଯିବ । ଆଜି ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏନେଇ ସୂଚନା ଦେଇଛନ୍ତି ।
କିଛି ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫିରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ନେଇ ଚାରିଆଡେ ବିବାଦ ଦେଖାଦେଇଥିଲା । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଷ୍ପତ୍ତିରୁ ଓହରି ନଥିଲା । ଏପିରିକି ପାର୍କିଂ ଫି ବୃଦ୍ଧି ନିଷ୍ପତ୍ତିରୁ ପ୍ରଶାସନ ଓହରିବ ନାହିଁ ବୋଲି ରୋକଠୋକ୍ ମନା କହିଥିଲା । ଶେଷରେ ଏବେ ନିଜ ନିଷ୍ପତ୍ତିରୁ ଓହରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା କାଲିଠାରୁ ପାର୍କିଂ ଫି ଦିନକୁ ୫ଶହ ଟଙ୍କା ବଦଳରେ ୨୪୦ ଟଙ୍କା ରଖାଯାଇଛି ।
Samir Kumar Rout