ବ୍ରିଜ୍ ତଳକୁ ଖସିଲା ବାଇକ୍ : ୨ ମୃତ, ୨ଗୁରୁତର
ନୂଆପଡ଼ା : ଧନୁଯାତ୍ରା ଦେଖି ଫେରୁଥିବା ସମୟରେ ଅଘଟଣ । ୪ଜଣ ସାଙ୍ଗ ଗୋଟିଏ ବାଇକ୍ରେ ଧନୁଯାତ୍ରା ଦେଖି ଫେରୁଥିବା ସମୟରେ ଘଟିଛି ଏଭଳି ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡ଼ିଲା ବାଇକ୍ । ଘଟଣା ସ୍ତଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ, ଚାରି ଜଣ ଯୁବକ ଗୋଟିଏ ବାଇକ୍ ଯୋଗେ ଗତକାଲି ଧନୁଯାତ୍ରା ଦେଖିବାକୁ ଯାଇଥିଲେ। ଭୋର ସମୟରେ ସେଠାରୁ ଧନୁଯାତ୍ରା ଦେଖି ଫେରିବା ସମୟରେ ବାଇକଟି ଭାରସାମ୍ୟ ହରାଇ କୋମନା ଥାନା ତରବୋଡ଼ ନିକଟ ଡ଼ଙ୍ଗାଘାଟ ବ୍ରିଜ୍ ଉପରୁ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିପଡିଥିଲା । ଯାହାଫଳରେ ବାଇକ୍ରେ ଥିବା ଚାରି ଜଣ ଯୁବକ ପାଣିରେ ପଡ଼ିଯାଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ନୂଆପଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Samir Kumar Rout