ବନ୍ଧୁକ ଦେଖାଇ ଟଙ୍କା ଲୁଟ
କୁଆଖିଆ : ଗୁରୁବାର ସନ୍ଧ୍ୟା ସମୟରେ କୁଆଖିଆ-ଜେନାପୁର ରାସ୍ତାରେ କୁଆଖିଆ ପଟୁ ଜଣେ ଫାଇନାନ୍ସର କର୍ମଚାରୀଙ୍କୁ ବନ୍ଧୁକଦେଖାଇ ଲୁଟ୍ ହୋଇଛି । ଟଙ୍କା ନେଇ ଯାଉଥିବା ବେଳେ ଏକ ଇଣ୍ଡିଗା କାରରେ କିଛି ଦୁର୍ବୁତ ପିଛା କରି ରାସ୍ତାର ଗରୁଆଳ ନିକଟରେ ଗାଡ଼ିକୁ ଆଡା ପକାଇ ଅଟକାଇ ଥିଲେ । କାରରେ ଥିବା ଦୁର୍ବୁତ ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖେଇ ତାଙ୍କ ଟଙ୍କା ବ୍ୟାଗକୁ ଛଡାଇ ନେବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘଟଣାକ୍ରମରେ ରାସ୍ତାରେ ଯାଉଥିବା ଯାତ୍ରୀ ସେଠାରେ ଅଟକିବାରୁ ଦୁର୍ବୁତ ଦେଖଣାହାରୀକୁ ବନ୍ଧୁକର ଧମକ ଦେବାରୁ ଭୟରେ ଯାତ୍ରୀ ଜଣଙ୍କ ପଳେଇ ଯାଇଥିଲେ । ଏହି ସମୟରେ ଦୁର୍ବୁତ ଟଙ୍କା ବ୍ୟାଗ ଧରି କୁଆଖିଆ ଆଡେ ଚାଲି ଯାଇଥିଲେ ବୋଲି ଜଣାଯାଏ ।
ଘଟଣା ସମ୍ପର୍କରେ କର୍ମଚାରୀ ଜଣଙ୍କ କୁଆଖିଆ ଥାନାରେ ଅଭିଯୋଗ କରିଥିବା ନେଇ କୁାଯାଉଥିବା ବେଳେ ଘଟଣା ସମ୍ପର୍କରେ ଜାଣିବା ପାଇଁ କୁଆଖିଆ ଥାନା ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇଥିଲେ ହେଁ ଖବର ଲେଖା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇ ପାରିନଥିଲା । ତେବେ ପ୍ରତ୍ୟେକ ଦିନ ଏହି ଜନଗହଳିପୂର୍ଣ୍ଣ ରାସ୍ତା ରେ ବିଭିନ୍ନ ନିଶା କାରବାର ହେବା ସହିତ ଛକ, ବଜାର ମାନଙ୍କ ରେ ନିଶାଡୀ ଏବଂ ଅସାମାଜିକ ଯୁବକ ମାନଙ୍କ ଆଡ୍ଡା ଦେଖିବାକୁ ମିଳୁଛି । ଯାହା ଫଳରେ ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଥିବା ଦେଖାଗଲାଣି । ଏଥିପାଇଁ ପୋଲିସର ସତର୍କ ଦୃଷ୍ଟି ଏବଂ ରାତ୍ରୀ କାଳୀନ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ଦାବି ହେଉଛି ।
Samir Kumar Rout