ଅସଲି ଭିଜିଲାନ୍ସ ହାତରେ ଧରା ପଡଲା ନକଲି ଭିଜିଲାନ୍ସ ଅଫିସ

ଅସଲି ଭିଜିଲାନ୍ସ ହାତରେ ଧରା ପଡଲା ନକଲି ଭିଜିଲାନ୍ସ ଅଫିସ

ସୋନପୁର : ନିଜକୁ ଭିଜିଲାନ୍ସ ଅଫିସର କହି ଠକୁଥିଲେ ଲୋକଙ୍କୁ। ଏବେ ନିଜେ ଅସଲି ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଗଲେ ଦୁଇ ଅଭିଯୁକ୍ତ । ଗିରଫ ଦୁଇ ଠକ ହେଲେ ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା । ଭିଜିଲାନ୍ସ କେସ୍‌ର ଧମକ ଦେଇ ଟଙ୍କା ଆଦାୟ କରୁଥିଲେ । ଜଣେ ଓଏଏସ ଅଫିସରଙ୍କ ଠାରୁ ୪ ଲକ୍ଷ ଟଙ୍କା ମାଗିଥଲେ । ଏନେଇ ସେ ଥାନାରେ ଏତଲା ଦେଇଥିଲେ । ଭିଜିଲାନ୍ସ ସହୟତାରେ ରାଉରକେଲା ପୁଲିସ୍‌ ଉଭୟଙ୍କୁ ଗିରଫ କରିଛି । ଅଭିଯୁକ୍ତ ଗଣେଶ ବ୍ୟବହାର କରୁଥିବା ନମ୍ବରଟି ଟ୍ରୁ କଲର ଆଇଡିରେ ଭିଜିଲାନ୍ସ ଅଫିସର ବୋଲି ସୋ କରୁଥିଲା । ଏହି ମାମଲାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।