ବେଆଇନ୍ ବାଲି ବୋଝେଇ ହାଇୱା ଜବତ
ବିଞ୍ଝାରପୁର : ତହସିଲଦାର ଓ ବିଂଝାରପୁର ଥାନାର ମିଳିତ ଚଢାଉ କରି ଆଲାରପୁର ଛକରେ ଏକ ବେଆଇନ୍ ବାଲି ବୋଝେଇ ହାଇୱା ଜବତ କରିଛନ୍ତି । ଉକ୍ତ ହାଇୱାଟିରେ ଯେଉଁ ବାଲି ପରିବହନ ହେଉଥିଲା ବାଲିର ଟିପି ଫର୍ମ ନଥିବା ବେଳେ ଗାଡ଼ିଟିର ଟ୍ୟାକ୍ସ, ଫିଟନେସ୍ ଓ ପ୍ରଦୂଷଣ କାଗଜ ଫେଲ ଥିବା ଜଣାପଡ଼ିଛି । ତେବେ ଗାଡ଼ିଟି ସମସ୍ତ କାଗଜ ବର୍ଷେ ହେବ ଫେଲ୍ ଥିବା ବେଳେ ବେଧଡକ ପ୍ରତ୍ୟକ ଦିନ ବିଞ୍ଝାରପୁର ଅଞ୍ଚଳରୁ ବାଲି ପରିବହନ କରୁଥିଲା । ତେବେ ଗାଡ଼ିଟିକୁ ପୁଲିସ ଜବତ କରିବା ସହ ଚାଳକକୁ ଥାନରେ ଅଟକ ରଖାଯାଇଛି ।
Samir Kumar Rout