ବିଜେଡି ନେତା ହୃଷିକେଶଙ୍କ ଘରେ ଇଡି ରେଡ 

ବିଜେଡି ନେତା ହୃଷିକେଶଙ୍କ ଘରେ ଇଡି ରେଡ 

ଆସିକା : ଗଞ୍ଜାମ ଜିଲ୍ଲା ଶେରଗଡର ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢୀଙ୍କ ଘରେ ଇଡି ରେଡ କରିଛି । ଶେରଗଡ ବାଇପାସରେ ନିକଟରେ ଥିବା  ଅମ୍ବିକାନଗର ବାସ ଭବନରେ ଇଡି ରେଡ୍‌ କରିଛି । ଆଜି ଭୋର ୪ଟା ସମୟରେ ଇଡିର ତିନି ଜଣିଆ ଟିମ୍‌ ହୃଷିକେଶଙ୍କ ପୈତୃକ ଘରେ ରେଡ କରିଛି । ଏହା ସହ ଶେରଗଡ ସ୍ଥିତ ନିଜସ୍ୱ ବାସଭବନ, ପେଟ୍ରୋଲ ପମ୍ପ, ଓ ଟିଭିଏସ ସୋ ରୁମ୍‌ରେ ଚଢାଉ ଜାରି ରହିଛି । ତାଙ୍କ ପୁଅ ସଚିନ ପାଢୀଙ୍କ ବ୍ରହ୍ମପୁର ଅମ୍ବିକାନଗର  ସ୍ଥିତ ବାସ ଭବନରେ ଚଢାଉ କରିଛି ।  

 

  ସେହିପରି ବିଜେପି ନେତା ତଥା ମଦ ବ୍ୟବସାୟୀ ଭଗବାନ ସାହୁଙ୍କ ଘରେ ମଧ୍ୟ  ଇଡି ପକ୍ଷରୁ ରେଡ କରାଯାଇଛି । ଆସିକା ସନ୍ଧି ନୂଆଁପଲ୍ଲୀ ଗ୍ରାମ ସ୍ଥିତ ବାସଭବନ ସମେତ, ମଦ ଭାଟି ଓ ତାଙ୍କ ସମ୍ପର୍କୀୟ ମାନଙ୍କ ସାତ ଟି ଜାଗାରେ ଇଡିର  ଚଢାଉ ଜାରି ରହିଛି । ଆୟକର ହେରାଫେରି ଟିକସ୍‌ ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି ।