ମକର ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର : ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ମକର ବୁଡ ପକାଇଛନ୍ତି । କେନ୍ଦୁଝର ପାଟଣା ରାଜନଗର ସ୍ଥିତ ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ମକର ବୁଡ ପକାଇଛନ୍ତି । ଘାଟରେ ପୂଜାର୍ଚ୍ଚନା ପରେ ପତ୍ନୀଙ୍କ ସହ ବୁଡ ପକାଇଲେ । ଏଥି ପାଇଁ ପ୍ରଶାସନ ପକ୍ଷରୁ ଶୈବ୍ୟା କାବେରୀ ଘାଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ମଧ୍ୟ ଉପସ୍ଥିତ ରହିଥିଲେ । ପରେ ପରମେଶ୍ୱର ବନ୍ଦିର ଏବଂ ଆନନ୍ଦେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ଗତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ବୁଡ ପକାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଦୁଇଜଣ ବନ୍ଧୁ ମଧ୍ୟ ବୁଡ ପକାଇଛନ୍ତି ।
Samir Kumar Rout