ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର
କୋରାପୁଟ : ଭିଜିଲାନ୍ସ ଜାଲରେ ସେମିଳିଗୁଡା ବନ ବିଭାଗ ଫରେଷ୍ଟର। ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ସେମିଳିଗୁଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ସରକାରୀ ବସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି । ଭୁବନେଶ୍ୱର, ଜଗତସିଂପୁର ଏବଂ କୋରାପୁଟ ଜିଲ୍ଲାରେ ନିରଞ୍ଜନ ଶତପଥୀ ୫ଟି ଠିକଣାରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।
ଭୁବନେଶ୍ୱର ଝାରପଡାରରେ ଅବସ୍ଥିତ ଏକ ତିନି ମହଲା କୋଠା, ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ଥାନା ଅନ୍ତର୍ଗତ ବିଲା ଗାଁ ପୈତୃକ ଘର, କୋରାପୁଟ ବନ ବିଭାଗ ଅଧିନରେ ଥିବା ସେମିଳିଗୁଡ଼ା ସ୍ଥିତ ସରକାରୀ କ୍ୱାର୍ଟର, ସେମିଳିଗୁଡ଼ା ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।
Samir Kumar Rout