ସମାଜସେବୀଙ୍କ ଶ୍ରଦ୍ଧାଞ୍ଜଳି ସଭା

 ବାଲେଶ୍ୱର: ପ୍ରାକ୍ତନ ବି୍ରଟ୍ ଅଧ୍ୟକ୍ଷ ତଥା ବାଲେଶ୍ୱରର ବିଶିଷ୍ଟ ସମାଜସେବୀ ଗୌରୀ କୁମାର ରାଉତଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ବାଲେଶ୍ୱର କେନ୍ଦ୍ର ପକ୍ଷରୁ ପ୍ରାକ୍ତନ ବିଧାୟକ ଅରୁଣ ଦେ’ଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ସ୍ୱର୍ଗତ ରାଉତଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ରାଉତ ଜଣେ ସୁସଙ୍ଗଠକ, ସମାଜସେବୀ, ଆଇନଜୀବୀ ତଥା ଦକ୍ଷ ରାଜନୀତିଜ୍ଞ ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କର ପି୍ରୟପାତ୍ର ହୋଇ ବାଲେଶ୍ୱର ଜନଜୀବନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଥିଲେ । ତାଙ୍କର ଅକାଳ ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ସଭାପତି ଶ୍ରୀ ପଣ୍ଡା ତାଙ୍କ ଭାଷଣରେ ପ୍ରକାଶ କରିଥିଲେ । ଆବାହକ ମହମ୍ମଦ ଇସଲାମ୍ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ପ୍ରତିଷ୍ଠାନର ମୁଖ୍ୟ ଆବାହକ ଜିତେନ୍ଦ୍ର ଉପାଧ୍ୟାୟ ଆମନ୍ତ୍ରିତ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରେସ୍ କ୍ଲବ୍ ସଂପାଦକ ରଂଜନ ବାଗ୍, ବିଶିଷ୍ଟ ସମବାୟବିତ୍ ବିଷ୍ଣୁ ପ୍ରସାଦ ମହାନ୍ତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର  ଆବାହକ ବିଜୟ ଦାସଅଧିକାରୀ, କବିତା ରାଣୀ ଦାସ, ସକିଲା ବାନୋ ପ୍ରମୁଖ ଯୋଗ ଦେଇଥିଲେ ।