ସ୍କୁଲରେ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାର୍‌ପିଟ୍‌ 

ସମ୍ବଲପୁର : କୌଣସି ଏକ ବିବାଦକୁ ନେଇ ସ୍କୁଲ ଭିତରେ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାର୍‌ପିଟ୍‌ । ମର୍‌ପିଟ୍‌ ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସମ୍ବଲପୁର ବୁର୍ଲା ସ୍ଥିତ କିର୍ବା ୟୁପି ସ୍କୁଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ ଶିକ୍ଷୟିତ୍ରୀ ମାର୍‌ ପିଟ୍‌ ମଧ୍ୟରେ ଜଣେ ଶିକ୍ଷୟିତ୍ରୀଙ୍କ ମୁହଁରୁ ପ୍ରବଳ ରକ୍ତସ୍ରାବ ହେଇଥିବାର ଭିଡିଓରେ ଦେଖିବାକୁ ମିଳିଛି।
   
   

  ଖବର ଅନୁଯାୟୀ, ଆଜି ସକାଳ ସମୟରେ ସମ୍ବଲପୁର ବୁର୍ଲା ସ୍ଥିତ କିର୍ବା ୟୁପି ସ୍କୁଲରେ କୌଣସି ଏକ ବିବାଦକୁ ନେଇ ପ୍ରଥମ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଇଥିଲା ଯେ, ଶିକ୍ଷୟତ୍ରୀ ଦୁଇ ଜଣ ହାତାହାତି ହୋଇଥିଲେ। ଯେଉଁଥିରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ହୋଇଥିବା ବେଳେ ତାଙ୍କ ମୁହଁରୁ ରକ୍ତସ୍ରାବ ହେଉଥିବା ଜଣାପଡିଛି । ଉଭୟଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଜଣ ଶିକ୍ଷୟତ୍ରୀ ନିଜ ନିଜ ମୋବାଇଲ ଛାତ୍ରୀଙ୍କୁ ଦେଇ ଦୃଶ୍ୟ ଉର୍ତ୍ତୋଳନ କରିବାକୁ କହୁଥିବାର ଦେଖିବାକୁ ମିଳିଛି । ସେପଟେ ଭିଡ଼ିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିଇଓ ।