ଆସନ୍ତା କାଲିଠାରୁ ହେବ ଡଲଫିନ୍‌ ଗଣନା

ଆସନ୍ତା କାଲିଠାରୁ ହେବ ଡଲଫିନ୍‌ ଗଣନା

ରାଜନଗର : ଆସନ୍ତାକାଲିଠାରୁ ଅର୍ଥାତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ଓ ଭିତରକନିକାର ନଦୀ, ନାଳରେ ଡଲଫିନ ଗଣନା କରାଯିବ । ସେଥିପାଇଁ ଆଜି ଡଲଫିନ୍‌ ଗଣନାର ପ୍ରଶିକ୍ଷଣ ତାଲିମ ପ୍ରଦାନ କରାଯାଇଛି । ଧାମରା ମୁହାଣ ଠାରୁ ଦେବୀ ନଦୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା କ୍ରିକ୍‌ ଓ ନଦୀରେ ଏହି ଗଣନା କରାଯିବ ।

  ଡଲଫିନ୍‌ ଗଣନା ପାଇଁ ୯ଟି ବିଶେଷଜ୍ଞଙ୍କ ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ରୁ ୫ଜଣ ଗଣନାକାରୀ ସାମିଲ ହୋଇଛନ୍ତି । ସେମାଙ୍କ ଭିତରୁ ସମୁଦ୍ର ମଧ୍ୟରେ କିଛି ଟିମ୍‌ ଏବଂ ନଦୀ ଓ କ୍ରିକରେ ଆଉ କିଛି ଗଣନାକାରୀ ଟିମ୍‌ଙ୍କ ନିୟୋଜିତ ହେବ । ଏହି ଗଣତି ପ୍ରକ୍ରିୟାରେ ବାଇନାକୁଲାର, ଜିପିଏସ, କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ୟବହାର କରାଯିବ । ଏହି ଗଣନା ସକାଳ ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ କରାଯିବ । ରାଜନଗର ବନଖଣ୍ଡ ଅଧିନରେ ଆସୁଥିବା ୫ଟି ରେଞ୍ଜର ୯ଟି ସ୍ଥାନରେ ଏହି ଗଣନା କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ସୂଚନା ଦେଇଛନ୍ତି ।