ଦନ୍ତା ହାତୀ ମୃତଦେହ ଉଦ୍ଧାର
ଅନୁଗୁଳ : ମିଳିଲା ଦନ୍ତା ହାତୀର ମୃତ ଦେହ । ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳ ସମୟରେ ବାଲିଆପଶିର କିଛି ଗ୍ରାମବାସୀ ଶୌଚ ହେବାକୁ ଯାଉଥିବାବେଳେ ଏକ ଦନ୍ତା ହାତୀ ମରି ପଡିଥିବାର ଦେଖିବାକୁ ପାଇଥିଲେ । ଏ ନେଇ ଗ୍ରାମବାସୀମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ମୃତଦେହ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ମୃତ୍ୟୁର କାରଣ ଜଣାପଡିନାହିଁ ।