ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଗଲା ରୋଗୀର ଜୀବନ : ମୁନ ହସ୍ପିଟାଲକୁ ସିଲ୍‌ କଲା ପ୍ରଶାସନ

ବ୍ରହ୍ମପୁର : ରୋଗୀ ମୃତ୍ୟୁ ପରେ ହସପିଟାଲ ସିଲ୍‌ ।  ରୋଗୀ ମୃତ୍ୟକୁ ନେଇ ଉତ୍ତଜନା ପରେ ସିଲ୍‌ ହେଲା ହସ୍ପିଟାଲ । ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ ପରିବାରଲୋକେ । ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ ସିଲ୍‌ କରାଯାଇଛି । ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭୁଲ୍‌ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କ ଅଭିଯୋଗ । ଇଞ୍ଜେକ୍ସନ ପରେ ଗୁରୁତର ହେବାରୁ ଏମକେସିଜି ନିଆଯାଇଥିଲା । ଏମକେସିଜିରେ ରୋଗୀକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାପରେ, ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ମୁନ ନାମକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା । ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ସିନ୍ଦୁରବାଡ଼ ଗାଁର ବିଜୟ ପ୍ରଧାନ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ବିଜୟଙ୍କୁ ଘରୋଇ ହସ୍ପିଟାଲରୁ ଏମକେସିଜି ମେଡିକାଲକୁ ନିଆଯାଇଥିଲା । ଘରୋଇ ହସ୍ପିଟାଲରେ ଭୁଲ ଚିକିତ୍ସା ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତଦେହକୁ ମେଡିକାଲ ସମ୍ମୁଖରେ ରଖି ଧାରଣାରେ ବସିଥିଲେ ପରିବାର ଲୋକେ । ପୁଲିସ ଓ ପ୍ରଶାସନର ବୁଝାସୁଝା ପରେ ଧାରଣାରୁ ହଟିଲେ ମୃତକଙ୍କ ପରିବାର ଲୋକେ । ସୂଚନା ଥାଉକି ବ୍ରହ୍ମପୁର ରେ ଏହା ପ୍ରଥମ ଘଟଣା ନୁହଁ ଏହା ପୂର୍ବରୁ ମଧ୍ୟ ଗୋଇଲୁଣ୍ଡି ଛକରେ ଥିବା ଏକ ଘରୋଇ ହସ୍ପିଟାଲରେ ଏପରି ଭୁଲ ଇଞ୍ଜେକ୍ସନ ଦେବା କାରଣରୁ ରୋଗୀର ମୃତ୍ୟୁ ଘଟିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତଦନ୍ତର ଗତି ବଦଳି ଯାଇଥିଲା ଏବଂ ପ୍ରଶାସନ ଉକ୍ତ ମେଡିକାଲ କୁ କ୍ଲିନ ଚିଟ ଦେଇଥିଲା  । ଏହି ଘଟଣା ବି ଠିକ ସେପରି ହେବ ବୋଲି ସହରରେ ଚର୍ଚ୍ଚା ହେଉଛି । କେବଳ ଲୋକ ଦେଖାଣିଆ ଭାବେ ଉକ୍ତ ଦି ମୁନ ହସ୍ପିଟାଲ କୁ ସିଲ କରାଯାଇଛି କିନ୍ତୁ ଉକ୍ତ ଡାକ୍ତରଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ ।