ଧାନ ମଣ୍ଡିରେ ଅଚଳାବସ୍ଥା : ୧୩ରେ ବିଜେଡିର ଅଖ ଚକ ବନ୍ଦ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ମଣ୍ଡିରେ ଅଚଳାବସ୍ଥାକୁ ନେଇ ଜିଲ୍ଲା ବିଜେଡି କରିବ ପ୍ରତିବାଦ । ଆସନ୍ତା ୧୩ ତାରିଖ ଦିନ ଜିଲ୍ଲାର ୭ ଟି ବ୍ଲକ ର ଚକ ଅଖ ବନ୍ଦ ଡାକରା । ଦୋକାନ ବଜାର ଖୋଲା ରହିବ କେବଳ ରାସ୍ତା ବନ୍ଦ କରିବ ବିଜେଡି । ଏହାସହ ଜିଲ୍ଲାପାଳ ଅଫିସ ଘେରାଉ କରି ସରକାରଙ୍କୁ ଜବାବ ମାଗିବ ବିଜେଡି । ଅପରପକ୍ଷରେ ଚାଷୀ ସମସ୍ୟାର ସମାଧାନ ନ ହେଲେ ପୁଣି ଆନ୍ଦୋଳନ କରାଯିବ । ମଣ୍ଡିରେ ଅଚଳାବସ୍ଥା ନେଇ ପ୍ରତିବାଦରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲାର ସାତଟି ବ୍ଲକର ଚକ ଅଖ ବନ୍ଦ ନେଇ ଘୋଷଣା କରିଲା ଜିଲ୍ଲା ବିଜେଡି । ଜିଲ୍ଲାରେ ଦୁଇ ମାସ ବିଳମ୍ବରେ ଆରମ୍ଭ ହେଲା ଧାନ ମଣ୍ଡି । ଦୀର୍ଘ ଏକ ମାସ ଧରି ତଥାପି ବି ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି । ମଣ୍ଡିକୁ ଧାନ ଚାଷୀ ଆଣିଲେ ମଧ୍ୟ ଧାନ ଉଠିପାରୁନାହିଁ ।
ଯାହାକୁ ନେଇ ସରକାରଙ୍କୁ ଭର୍ତ୍ସନା କରିଛି ଜିଲ୍ଲା ବିଜେଡି । ଚାଷୀଙ୍କୁ ଉପଯୁକ୍ତ ନ୍ୟାୟ ଦିଆଯିବ ଏବଂ ଚାଷୀଙ୍କୁ ମଣ୍ଡିରେ କୌଣସି ହଇରାଣ ହେବାକୁ ପଡିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମଣ୍ଡିକୁ ଧାନ ନେଇ ହଇରାଣ ହେଉଛି ଚାଷୀ । ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି । ସମଗ୍ର ଜିଲ୍ଲାରେ ଧାନ ମଣ୍ଡି ଅଚଳା ବସ୍ତା ସହ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଚାଷୀଙ୍କୁ ଅପମାନିତ କରିଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ କ୍ଷମା ପ୍ରାର୍ଥନା କରିବା ଭଳି ଆଠ ଦଫା ଦାବି ନେଇ ଜିଲ୍ଲା ବିଜେଡି ପକ୍ଷରୁ ଆସନ୍ତା ୧୩ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି, ପାପଡାହାଣ୍ଡି, କୋଷାଗୁମୁଡା, ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର, ଡାବୁଗାଁ ଓ ଚନ୍ଦାହାଣ୍ଡି ବ୍ଲକର ରାସ୍ତା ଚକ ଅଖ ବନ୍ଦ କରିବ ବିଜେଡି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ସଭାପତି ତଥା ଜିଲ୍ଲା ବିଜେଡି ସଭାପତି ମନୋହର ରନ୍ଧାରୀ ଓ ଅନ୍ୟ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।
Samir Kumar Rout