ସୀତାକୁଣ୍ଡରେ ବୁଡି ଦୁଇ ପର୍ଯ୍ୟଟକ ମୃତ୍ୟୁ
ବାରିପଦା : ଜଳପ୍ରପାତରେ ଗାଧଉଥିବା ସମୟରେ ଅଘଟଣ । ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଶିମିଳିପାଳରେ ଥିବା ସୀତାକୁଣ୍ଡରେ ବୁଡି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଜଳପ୍ରପାତ ଗାଧଉ ଥିବା ସମୟରେ ଦୁଇ ଯୁବକ ବୁଡ଼ି ଯାଇଥିଲେ। ପରେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲା । ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ ।
ସୂଚନା ମୁତାବକ, ପିକନିକ କରିବା ପାଇଁ ଭଦ୍ରକ ଜିଲ୍ଲାରୁ କିଛି ପର୍ଯ୍ୟଟକ ସୀତାକୁଣ୍ଡ ଜଳପ୍ରପାତକୁ ଆସିଥିଲେ । ଆଜି ସକାଳ ସମୟରେ ସେମାନେ ଜଳପ୍ରପାତ ନିକଟରେ ପହଞ୍ଚିଥିଲେ। ଗାଧଉ ଥିବା ସମୟରେ ଅସାବଧକ୍ତା କାରଣରୁ ଗୋଡ ଖସିଯିବାରୁ ତିନି ଜଣ ପାଣିରେ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ପାଣିରେ ବୁଡ଼ି ଯାଇଥିଲେ । ଖବରପାଇ ପୋଲିସ ଓ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇ ଜଣଙ୍କ ମୃତଦେହ ପାଣିରୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଉଭୟଙ୍କ ମରଶରୀର ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଛି ।
Samir Kumar Rout