ପୁରୀରେ ପହଞ୍ଚିଲା ଦିବ୍ୟ ସ୍ୱର୍ଣ୍ଣ ଧନୁ
ପୁରୀ : ଅଯୋଧ୍ୟା ଯିବ ସ୍ୱର୍ଣ୍ଣର ଧନୁ । ଗତକାଲି ରାଉଲକେଲାରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା । ସ୍ୱର୍ଣ୍ଣରେ ନିର୍ମିତ ଏହି ସ୍ୱର୍ଣ୍ଣ ଧନୁ ଗତକାଲି ରାତ୍ରରେ ପୁରୀ ଉତ୍ତରପାର୍ଶ୍ୱ ମଠରେ ପହଞ୍ଚିଥିଲା । ଆଜି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ପରେ ବିରାଟ ଶୋଭାଯାତ୍ରାରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ଏଥିରେ ସେବାୟତ, ମଠାଧୀଶ, ସାଧୁ ସନ୍ଥ ଏବଂ ପ୍ରବଳ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ ।
ରାଉଲକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ସୁନାର ଧନୁକୁ ନିର୍ମାଣ କରାଯାଇଛି । ଏହି ସ୍ୱର୍ଣ୍ଣର ଧନୁ ୩୦ଟି ଜିଲ୍ଲା ଭ୍ରମଣ କରିଥିବା ବେଳେ ଗତକାଲି ରାତିରେ ପୁରୀରେ ଆସି ପହଞ୍ଚିଥିଲା । ସ୍ୱର୍ଣ୍ଣରେ ନିର୍ମିତ ଏହି ଧନୁର ଓଜନ ୨୮୦ କିଲୋ ଏବଂ ଏହା ପଞ୍ଚ ଧାତୁ ତଥା ସୁନା, ରୂପା, ତମ୍ବା, ଲୁହା ଏବଂ ଜିଙ୍କ୍ରେ ନିର୍ମାଣ କରାଯାଇଛି । ୩୦ ଜିଲ୍ଲା ଭ୍ରମଣ ପରେ ଅଯୋଧ୍ୟା ଅଭିମୁଖେ ବାହାରିଛି ସ୍ୱର୍ଣ୍ଣ ଧନୁ ।
Samir Kumar Rout