ସରକାରଙ୍କୁ ଘରୋଇ ବସ୍‌ ସଂଘର ଚେତାବନୀ : ୨୪ରୁ ଗଡ଼ିବନି ଘରୋଇ ବସ୍‌ !

ସରକାରଙ୍କୁ ଘରୋଇ ବସ୍‌ ସଂଘର ଚେତାବନୀ : ୨୪ରୁ ଗଡ଼ିବନି ଘରୋଇ ବସ୍‌ !

କଟକ : ମୁଖ୍ୟମନ୍ତ୍ରୀ ବସ୍‌ ବ୍ଲକରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଚଳାଚଳ ନେଇ ବିବାଦ ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ କରିବାକୁ ଘରୋଇ ବସ୍‌ ମାଲିକ ସଂଘ ଦାବି କରିଛନ୍ତି । ଯଦି ୨୩ ତାରିଖ ସୁଦ୍ଧା କୌଣସି ସମାଧାନ ନହୁଏ, ତେବେ ୨୪ ତାରିଖରୁ କଟକରେ ସମସ୍ତ ଘରୋଇ ବସ୍‌ ବନ୍ଦ ରହିବ । ଘରୋଇ ବସ୍‌ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେବେ ଅଜି କଟକରେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ଜରୁରୀ ବୈଠକ ବସିଥିଲା । ଯେଉଁଠି ନିଷ୍ପତ୍ତି ହୋଇଛି କି, ଜିଲ୍ଲା ହେଡ କ୍ୱାର୍ଟର ଯାଏଁ ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରାଯିବ । ଯଦି ସରକାର ଦାବି ପୂରଣ ନକରନ୍ତି, ତେବେ ୨୪ ତାରିଖରୁ କଟକରେ ବସ୍‌ ଗଡିବା ବନ୍ଦ ହେବ । ଆବଶ୍ୟକ ପଡିଲେ ସାରା ରାଜ୍ୟରେ ବସ୍‌ ଧର୍ମଘଟ ହେବ ବୋଲି ଘରୋଇ ବସ୍‌ ମାଲିକ ସଙ୍ଘ ତରଫରୁ କୁହାଯାଇଛି ।