ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ : ଅଧ୍ୟକ୍ଷ ଗିରଫ 

ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ : ଅଧ୍ୟକ୍ଷ ଗିରଫ 

ବୋଲଗଡ : ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଅଧ୍ୟକ୍ଷ ଗିରଫ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପରମାନନ୍ଦ ମହାବିଦ୍ୟାଳୟରେ । କିଛି ମାସ ତଳେ ଉକ୍ତ କଲେଜରେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଅଧ୍ୟାପିକାଙ୍କ ଫୋନକୁ ଉକ୍ତ କଲେଜର ଅଧ୍ୟକ୍ଷ ପ୍ରେମ ନିବେଦନ କରୁଥିଲେ। ଯୁବତୀ ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇ ନିଜ ବାପା ମା’ଙ୍କୁ ଜଣାଇବା ପରେ ବାପା ବୋଲଗଡ଼ ଥାନାରେ ଏତଲା ଦେଇଛନ୍ତି । ଯୁବତୀର ବାପାଙ୍କ ଅଭିଯୋଗ ଆଧାରରେ ତାଙ୍କ ଝିଅକୁ ଉକ୍ତ କଲେଜର ଅଧ୍ୟକ୍ଷ ବିଭିନ୍ନ ପ୍ରକାରର ଅଶ୍ଳୀଳ ମେସେଜ ଦେଇ ପ୍ରେମ ନିବେଦନ କରୁଥିଲେ । ଭଏସ ମେସେଜରେ ମଧ୍ୟ ବିଭିନ୍ନ ପ୍ରକାରର ଅଶ୍ଳୀଳ କଥା ପଠାଇଥିଲେ । ସେପଟେ ବୋଲଗଡ଼ ଥାନା ଅଧିକାରୀ ଏକ ମାମଲା ରୁଜ୍ଜୁ କରି ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।