ସୁନ୍ଦରଗଡରୁ ହଟିଲା ୧୬୩ ଧାରା
ସୁନ୍ଦରଗଡ : ସୁନ୍ଦର ଗଡରୁ ହଟିଲା କଟକଣା । ଶାନ୍ତି କମିଟି ବୈଠକ ପରେ ବିଏନ୍ଏସ୍ ୧୬୩ ଧରା ହଟାଯାଇଛି । ସୁନ୍ଦରଗଡ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । ସହରରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁନ୍ଦରଗଡ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଥିଲା । ଫଳରେ ୪ ପୁଲିସ କର୍ମୀଙ୍କ ସମେତ ୧୨ ଆହତ ହୋଇଥିଲେ । ହିଂସାକାଣ୍ଡ ଓ ଉତ୍ତେଜନାକୁ କାବୁ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର କରାଯାଇଥିଲା । କାଲିଠାରୁ ୧୨ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ସହ ପୂରା ସୁନ୍ଦରଗଡ଼ ସହରରେ ବିଏନ୍ଏସ୍ ୧୬୩ ଧାରା ଜାରି କରାଯାଇଥିଲା । ଶାନ୍ତି କମିଟି ବୈଠକ ପରେ ବିଏନ୍ଏସ୍ ୧୬୩ ଧରା ହଟାଯାଇଛି ।
Samir Kumar Rout