ମାଟ୍ରିକରେ ମା’ ରନôମାଳୀ ଉଚ୍ଚ ବିଦ୍ୟାଳୟର ସଫଳତା
ଆସିକା : ଆସିକା ବ୍ଲକ ହରିଡାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଣ୍ଟାପଡା ଗ୍ରାମରେ ଥିବା ମା’ ରନôମାଳୀ ଉଚ୍ଚ ବିଦ୍ୟାଳୟ ହାଇସ୍କୁଲ ବୋର୍ଡ ପରୀକ୍ଷାରେ ତାର ପୂର୍ବ ସଫଳତା ବଜାଇ ରଖିଛି । ଚଳିତ ବର୍ଷ ଏହି ବିଦ୍ୟାଳୟର ୬୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୩ ଜଣ ଅସୁସ୍ଥତା ବଶତଃ ପରୀକ୍ଷା ଦେଇପାରିନଥିଲେ । ଅବଶିଷ୍ଟ ୬୫ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଏ - ୦୨ରେ ଜଣେ,ବି ୦୧ରେ ୦୭,ବି ୦୨ରେ ୧୩ ,ସି ରେ -୧୮,ଡି ରେ - ୨୦ ,ଇ ରେ -୦୬ ଜଣ, ଏପରି ସମସ୍ତ ୬୫ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏହି ବିଦ୍ୟାଳୟର ମଣ୍ଟାପଡା ଗ୍ରାମର ପିତା ରୋହିତ ଜେନା ଓ ମାତା ବନିତା ଜେନାଙ୍କ କନ୍ୟା ସୁହାନି ଜେନା ୫୦୪ ମାର୍କ ରଖି ଏ-୦୨ ଗ୍ରେଡ ରେ ପାସ୍ ହୋଇଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ତଥା ପରିଚାଳନା କମିଟି, ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି । ଏହି ସ୍କୁଲର ପ୍ରଧାନ ଶିକ୍ଷକ ତାରାପ୍ରସାଦ ମିଶ୍ର, ବି.ଚନ୍ଦ୍ର ଶେଖର ରେଡି, ଗୋବିନ୍ଦ ପରିଡ଼ା, ଓକିଲ ବିଶୋଇ, ରଶ୍ମିତା ମହାପାତ୍ର, ପାଣ୍ଡବେଶ୍ୱର ଜେନା, ଶଶିଭୂଷଣ ସାହୁ, ପାଣ୍ଡବ ଗୌଡ ମଧ୍ୟ ସମସ୍ତ ପାସ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା କରିଛନ୍ତି ।