ଦିପ୍ତିମୟୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

 ବଡ଼ସାହି : ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ ସହିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ସମାରୋହ ବାରିପଦା ସହିଦ ସ୍ମୃତିଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର ଜିଲ୍ଲାରୁ ମୋଟ ୭୧ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି । ସ୍ଥାନୀୟ ବଡ଼ସାହି ସରକାରୀ ଉ.ପ୍ରା ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟିତ୍ରୀ ଦୀପ୍ତିମୟୀ ବେହେରା ପ୍ରାଥମିକସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଉକ୍ତ ପୁରସ୍କାର ପ୍ରଦାନ କରିଛନ୍ତି । ଗତ ବର୍ଷ ମଧ୍ୟ ସେ ଏହି ପୁରସ୍କାର ପାଇଥିଲେ । ଲଗାତାର ଭାବେ ସେ ୨ ଥର ପୁରସ୍କୃତ ହୋଇପାରିଥିବାରୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।