ଅଧିବକ୍ତା ପରିବାରର ଗୁରୁ ପୂଜନ
ଜଟଣୀ: ପୌରାଞ୍ଚଳ ଅନ୍ତର୍ଗତ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଜଟଣୀ ଅଧିବକ୍ତା ପରିବାର ପକ୍ଷରୁ ଗୁରୁ ପୂଜନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଟଣୀର ବରିଷ୍ଠ ଅଧିବକ୍ତା ରବି ନାରାୟଣ ସାମନ୍ତରାୟ, ଅବନୀ ରାଉତରାୟ, ଶୈଳେନ୍ଦ୍ର ପଟ୍ଟନାୟକ, ବୀରେନ୍ଦ୍ର ପଟ୍ଟନାୟକ, କୈଳାଶ ଶର୍ମା, ଅକ୍ଷୟ ସାହୁ ଓ ସଞ୍ଜୀବ ଦାସ ପ୍ରମୁଖଙ୍କୁ ଗୁରୁ ପୂଜନ କରାଯାଇଥିଲା । ଏହି ସଭା ଅଧିବକ୍ତା ପରିବାରର ଆବାହକ ରଶ୍ମି ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିବା ବେଳେ ଅଧିବକ୍ତା ଶରତ ଚନ୍ଦ୍ର ପାଇକରାୟ, ପୂର୍ବତନ ଜଟଣୀ ବାର ସଭାପତି, ବାଉରୀ ବନ୍ଧୁ ସାହୁ, ଶିବ ପ୍ରସାଦ ରଥ, ଦେବବ୍ରତ ପାଢ଼ୀ, ଅକ୍ଷ୍ୟାଂଶୁ ଶେଖର ନାୟକ, ବିଜୟ ମହାପାତ୍ର, କାଶୀନାଥ ପ୍ରଧାନ, ଅରୁଣ ସାହୁ, ରବି ପଣ୍ଡା, ପ୍ରକାଶ ଜେନା, ସୁଚିତ୍ର ସାହୁ, ଦିପ୍ତିମୟୀ ବଳ, ତୁମୁଡୁ ଶ୍ରୀନିବାସ ରାଓ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।