ଗୁଣି ଗାରେଡ଼ିକୁ ନେଇ ମାରପିଟ୍
ନୀଳଗିରି : ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଦାଦା ପୁତୁରା ଲହୁ ଲୁହାଣ ହୋଇଥିବାବେଳେ ଉଭୟଙ୍କ ପକ୍ଷରୁ ନୀଳଗିରି ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ନୀଳଗିରି ଥାନା ଅନ୍ତର୍ଗତ ମିରିଗିଣି ଗ୍ରାମର ବିଦୁକର ସ୍ୱାଇଁଙ୍କ ଘରେ ଗତ ଶନିବାର ଉକ୍ତ ଗ୍ରାମର ମାୟା ଦେଉରି ଓରଫ ଦନାକ ପୂଜା କରୁଥିଲା । କାଳେ ଗୁଣି ଗାରେଡ଼ି କରି ଫୁଲ ଅରୁଆ ଚାଉଳ ଆଣି ଉକ୍ତ ଗ୍ରାମର ମାନସ ସ୍ୱାଇଁଙ୍କ ଘର ଦାଣ୍ଡରେ ପକାଇଥିବା ନେଇ ବିଦୁକର ସ୍ୱାଇଁଙ୍କ ଘରେ ଥିବା ମାୟାକୁ ମୋନରଞ୍ଜନ ସ୍ୱାଇଁ, ମାନସ ସ୍ୱାଇଁ ମିଳିତ ଭାବେ ଗାଳି ଗୁଲଜ କରିବା ସହ ପିଟିଥିଲେ । ବିଦୁକର ଏହାକୁ ପ୍ରତିବାଦ କରିବାରୁ ମନୋରଞ୍ଜନ ସ୍ୱାଇଁ, ମାନସ ସ୍ୱାଇଁ, ପୁନି ସ୍ୱାଇଁ, ଲିଜା ସ୍ୱାଇଁ ମିଶି ଗାଳି ଗୁଲଜ କରିବା ସହ ଠେଙ୍ଗାରେ ବାଡେଇବାରୁ ବିଦୁକରର ଗୋଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବିଦୁକରର ପୁଅ ଲକ୍ଷ୍ମୀଧର ପ୍ରତିବାଦ କରିବାରୁ ତାକୁ ମଧ୍ୟ ମାଡ଼ ମାରିଥିଲେ । ମୋ ଘରକୁ ମଜୁରୀ ପଇସା ନେବା ପାଇଁ ମାୟା ଦେଉରୀ ଆସିଥିଲା, କୌଣସି ଗୁଣି ଗାରେଡ଼ି ପୂଜା କରାଯାଇ ନାହିଁ ବୋଲି ବିଦୁକର ସ୍ୱାଇଁ ପ୍ରକାଶ କରିଛନ୍ତି । ଏପଟେ ମାନସ କୁମାର ସ୍ୱାଇଁ ଘରେ ଥିବା ବେଳେ ହଠାତ୍ ତାର ଦାଦା ବିଦୁକର ସ୍ୱାଇଁ ଓ ତାର ପୁଅ ଲକ୍ଷ୍ମୀଧର ସ୍ୱାଇଁ ପହଞ୍ଚି ମାନସର ସାନଭାଇ ମନୋରଞ୍ଜନକୁ ଅଭଦ୍ର ଭାଷା ଗାଳି ଗୁଲଜ କରିବା ସହ ବିଧା, ଗୋଇଠା ମାରି ସହ ଠେଙ୍ଗାରେ ବାଡେଇ ଥିଲେ । ପାଟି ଶୁଣି ମାନସ ପ୍ରତିବାଦ କରିବାରୁ ତାକୁ ମଧ୍ୟ ମାଡ଼ ମାରିଥିଲେ । ଏପରିକି ଦୁଇ ଜଣ ରକ୍ତାକ୍ତ ଅବସ୍ଥାରେ ନୀଳଗିରି ମେଡିକାଲରେ ଚିକତ୍ସିତ ହୋଇଥିବାର ଜଣା ପଡ଼ିଛି । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଘଟଣା ଘଟି ଥିବାର ମନୋରଞ୍ଜନ କହୁଥିବା ବେଳେ ଅପର ପକ୍ଷ ଏହା ସମ୍ପୂର୍ଣ୍ଣ ମିଛ, ବରଂ ଜମି ବାଡି କୁ କେନ୍ଦ୍ର କରି ଆମକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ବିଦୁକର ସ୍ୱାଇଁ ପ୍ରକାଶ କରିଛନ୍ତି । ଏ ନେଇ ନୀଳଗିରି ଥାନାରେ ଲକ୍ଷ୍ମୀଧର ସ୍ୱାଇଁଙ୍କ ଏତଲା ମୂଳେ ୩୫୩/୨୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦଫା ୧୨୬(୨), ୨୯୬,୧୧୫(୨), ୧୧୭(୨), ୭୪, ୩୫୧(୨)(୩)୫ବି, ଏନ.ଏସ ଧାରାରେ ରୁଜୁ ହୋଇଛି । ଏପଟେ ମାନସ କୁମାର ସ୍ୱାଇଁଙ୍କ ଅଭିଯୋଗମୂଳେ ନୀଳଗିରି ଥାନାରେ ୩୫୩/୨୫ରେ ମାମଲା ରୁଜୁ ହୋଇଥିବା ବେଳେ ଦଫା ୧୨୬(୨), ୨୯୬, ୧୧୫(୨), ୩୫୧ (୨),୩(୫) ବିଏନ୍ଏସ ରେ ରୁଜୁ ହୋଇଥିବାର ପୁଲିସ୍ ପ୍ରକାଶ କରିବା ସହ ତୁରନ୍ତ ଜାରି ରହିଛି ବୋଲି ଆଇଆଇସି ଗୋବର୍ଦ୍ଧନ ନାୟକ ପ୍ରକାଶ କରିଛନ୍ତି ।