‘ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମ : ପ୍ରତ୍ୟେକ ଜୀବନ ମୂଲ୍ୟବାନ: କ୍ରୀଡାମନ୍ତ୍ରୀ
ଭୁବନେଶ୍ୱର : "ପ୍ରତ୍ୟେକଟି ଜୀବନ ହେଉଛି ମୂଲ୍ୟବାନ । ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ କଳିଙ୍ଗ ଷ୍ଟାଡ଼ିୟମ ଠାରେ "ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଜୀବନରେ କୌଣସି ପରିସ୍ଥିତିରେ ମଧ୍ୟ ଆତ୍ମହତ୍ୟା ମାନସିକତା ନ ଆଣିବା, ଜୀବନରେ ସକାରତ୍ମକ ଚିନ୍ତାଧାରା ରଖିବାର ଭାବନାକୁ ପ୍ରୋସôାହିତ କରିବା ଲକ୍ଷ୍ୟରେ "ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଜୀବନରେ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଯଦି ଦୃଢତାର ସହ ଆମେ ନିଜକୁ ବୁଝାଇ ପାରିବା ଏବଂ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରାଯାଇପାରିବ ଏହି ଭାବନାକୁ ନେଇ ଆଗକୁ ବଢିବା ତେବେ ଆମ ସମାଜରୁ ଆମେ ଆତ୍ମହତ୍ୟା ଭଳି ବ୍ୟାଧିକୁ ଦୂରୀଭୂତ କରିପାରିବା । କେବଳ ନିଜ ପାଇଁ ନୁହେଁ, ବରଂ ଆମର ଚତୁଃପାର୍ଶ୍ୱରେ ଯଦି କିଏ ଭାଙ୍ଗିପଡୁଛି, କିଏ ଦୁଃଖରେ ମ୍ରିୟମାଣ ହୋଇପଡୁଛି, ତାଙ୍କୁ ସହଯୋଗ କରିବା । ସକାରାତ୍ମକ ମାନସିକତା ପୋଷଣ କରିବା ନିମନ୍ତେ ପ୍ରୋସôାହିତ କରିବା । ଆତ୍ମହତ୍ୟା ନିରୋଧ ଦିଗରେ ସମସ୍ତଙ୍କୁ ସଚେତନ କରିବା । ଆଜିର ଦିନରେ ଆମେ ସମସ୍ତେ ଶପଥ ନେବା ଯେ, ଆମେମାନେ ଜଣେ ଜଣେ ଜୀବନ ରକ୍ଷକ ଭାବେ କାର୍ଯ୍ୟ କରିବା’ ବୋଲି କହିଛନ୍ତି କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ, ଓଡ଼ିଶା ପୁଲିସର ମିଳିତ ଆନୁକୂଲ୍ୟରେ ନମନ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ନମନ ଫାଉଣ୍ଡେସନର ଉପସଭାପତି ତଥା ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚ୍ଚୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ନାଟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଚେତନତାଧର୍ମୀ ‘ଜୀବନ ଜିନ୍ଦାବାଦ’ କ୍ଷୁଦ୍ର ନାଟକ ଏବଂ ‘ଆତ୍ମହତ୍ୟା କରନାହିଁ’ ନୃତ୍ୟନାଟିକା ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ମହାନିଦେ୍ର୍ଦଶକ ଯୋଗେଶ ବାହାଦୂର ଖୁରାନିଆ, ପୁଲିସ କମିଶନର ଏସ.ଦେବଦତ୍ତ ସିଂହ, କ୍ରୀଡା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିଦେ୍ର୍ଦଶକ ଡ଼. ୟେଦୁଲା ବିଜୟ, ଓଡ଼ିଶା ହକି ପ୍ରମୋସନ କାଉନସିଲ ସିଇଓ ଦୀପଙ୍କର ମହପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।