କଂଗ୍ରେସର କର୍ମୀ ସମ୍ମିଳନୀ
ନୀଳଗିରି : ନୀଳଗିରି ଡାକ ବଙ୍ଗଳା ପରିସରରେ ସଂଗଠନ ସୃଜନ ଅଭିଯାନକ୍ରମରେ ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଶ୍ରେୟସ୍ ଏମ୍ ପଟେଲ୍,ଏମ୍ପି, ହସନ୍ କର୍ଣ୍ଣାଟକ ତଥା ଏଆଇସିସି ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ । ତାଙ୍କ ସହିତ ରବୀନ୍ଦ୍ର ମଲ୍ଲିକ ପିସିସି ପର୍ଯ୍ୟବେକ୍ଷକ, ବିପ୍ଳବ ଚୌଧୁରୀ, ସୌମ୍ୟ ଗୋପାଲ ନାୟକ ପିସିସି ସହପର୍ଯ୍ୟବେକ୍ଷକ ଯୋଗ ଦେଇଥିବାବେଳେ ବାଲେଶ୍ୱର କଂଗ୍ରେସ କମିଟିର ଉପସଭାପତି ଗୋପୀନାଥ ପାଢ଼ୀ ଉକ୍ତ କର୍ମୀ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ସଙ୍ଗଠନ ସୃଜନ ଅଭିଯାନଟି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କ ନିଦେ୍ର୍ଦଶରେ ଉକ୍ତ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଚାଲୁ ରହିଛି । ଜିଲ୍ଲା ସଭାପତି ଚୟନ ପାଇଁ ନୀଳଗିରି ନିର୍ବାଚନ ମଣ୍ଡଳୀର ନୀଳଗିରି ବ୍ଲକ୍, ଓଉପଦା ବ୍ଲକ୍, ବାହାନଗାର ପାଞ୍ଚଟି ପଞ୍ଚାୟତ ତଥା ନୀଳଗିରି ଏନଏସିର ୧୩ ଟି ୱାର୍ଡର ନେତା ଓ କର୍ମୀଙ୍କ ସହିତ ଶ୍ରୀ ପଟେଲ୍ ଏକ ରୁଦ୍ଧ ଦ୍ୱାର ବୈଠକରେ ମତାମତ ବିନିମୟ କରିଥିଲେ । ଏହି ବୈଠକରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ । ନୀଳଗିରିର ବରିଷ୍ଠ ନେତାଙ୍କ ମଧ୍ୟରେ ପୂର୍ବତନ ପିସିସି ସଦସ୍ୟ ସମରେନ୍ଦ୍ର ଦାସ, ସଦାଶିବ ରଥ, ଦିପ୍ତିକାନ୍ତ ମହାପାତ୍ର, ଏବଂ ଯୁବନେତାଙ୍କ ମଧ୍ୟରେ ଆଶିଷ ପଟ୍ଟନାୟକ, ଯୋଗେଶ୍ୱର ବେହେରା, ଇଂ ରଞ୍ଜନ ଦାସ, ବିଶ୍ୱନାଥ ଦାସ, ତପନ ରାଉତ, ଗଦାଧର ପରିଡା, ଉପେନ୍ଦ୍ର ବେହେରା, ପ୍ରକାଶ ଚୌଧୁରୀ, ବିଜୟ ଗିରି, ନୟନ ଦାଶ, ଯୋଶଦାନନ୍ଦନ ସିଂହ, ରାଧେଶ୍ୟାମ ଦାସ , ପ୍ରଦୀପ ବେହେରା , ମନୋରଞ୍ଜନ ପଣ୍ଡା , ଶ୍ରୀଧର ବେହେରା, ଶୈଳନ୍ଦ୍ର ପଣ୍ଡା ପ୍ରମୁଖ ବହୁ ଯୁବନେତା ଏବଂ ସମସ୍ତ ପଞ୍ଚାୟତର ତୃଣମୂଳସ୍ତରର କର୍ମୀମାନେ ଯୋଗ ଦେଇଥିଲେ ।