ସ୍କୁଲରୁ ପାଣି ନିଷ୍କାସନ ପାଇଁ ତହସିଲଦାରଙ୍କୁ ଦାବିପତ୍ର 

 ରାଜକନିକା: ରାଜକନିକା ବ୍ଲକ୍ ତରାସ ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ର ଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜମିଥିବା ବର୍ଷା ପାଣି ନିଷ୍କାସନ ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ଅଭିବାବକମାନେ କନିକା ତହସିଲଦାର ଭାନୁମତୀ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି  । ଲଗାଣ ବର୍ଷା ଯୋଗୁ ବିଦ୍ୟାଳୟ ପରିସରରେ ବର୍ଷା ପାଣି ଜମି ରହିଛି  । ନିଷ୍କାସନ ପାଇଁ ବାଟ ନଥିବାରୁ ଶ୍ରେଣୀ ଗୃହର କାନ୍ଥ ପଡ଼ିଯିବାର ସମ୍ଭାବନା ରହିଛି  । ଏଥିପାଇଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପଢିବାକୁ ମଧ୍ୟ ଆସୁନାହାନ୍ତି  । ବର୍ଷା ପାଣି ଜମି ରହୁଥିବାରୁ ମଶା ମାଛିଙ୍କ ଦ୍ୱାରା ବିଭିନ୍ନ ପ୍ରକାର ରୋଗ ବ୍ୟପୁଥିବା ନେଇ ଅଭିଯୋଗ ହୋଇଛି । ତେବେ ତୁରନ୍ତ ବର୍ଷା ପାଣି ନିଷ୍କାସନ କରିବା ପାଇଁ ଅଭିବାବକମାନେ ଦାବି କରିଛନ୍ତି  ।