ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଝରିଗାଁ ବିଧାୟକ ନରସିଂ ଭତରା, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଜେପିର ବରିଷ୍ଠ କର୍ମୀ ଗିରି ପାଣ୍ଡେ, ପ୍ରଫୁଲ୍ଲ ପ୍ରଧାନୀ, ପୁରୁସ୍ତମ ଗଣ୍ଡଙ୍କ ସମେତ ଅନେକ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିବାବେଳେ ବନବିଭାଗ କର୍ମଚାରୀମାନଙ୍କ ମଧ୍ୟରେ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ,ଏକେ ସାହୁ, ଫରେଷ୍ଟ ଗାର୍ଡ ଜିପି ମହାନ୍ତି, ରାଜା ମଣ୍ଡଳ, କୃଷ୍ଣ ବିଷୋୟୀ, ଏଜେୱାଇ ଷ୍ଟାଫ ଓ ପାରାଗାର୍ଡ ଷ୍ଟାଫ ସବୁ ଉପସ୍ଥିତ ରହିଥିଲେ । ପ୍ରକାଶ ଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ୭୪ତମ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ୧୭ଲକ୍ଷ ଚାରାରୋପଣ ପାଇଁ ସଂକଳ୍ପ ନେଇଥିବାବେଳେ ଦେଶର ପ୍ରତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଚାରା ରୋପଣ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ ହୋଇଯାଇଛି । ଏହି ଯାନ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ବୁଲି ଚାରା ବିତରଣ କରିବା ସହ ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକ ମିଶି ୨୨୧୦୦ ଚାରା ରୋପଣ ହେବାକୁ ଥିବା ବେଳେ ପ୍ରତ୍ୟେକ ପଞ୍ଚାୟତକୁ ୫ଶହ ଚାରା ଯୋଗେଇ ଦେବାର ନିଦେ୍ର୍ଦଶ ଦିଆଯାଇଛି ।