୧୮ ଆଇପିଏସ ଓ ୧୨ ଓପିଏସଙ୍କ ବଦଳି
ଭୁବନେଶ୍ୱର: ଆଜି ଗୃହବିଭାଗ ପକ୍ଷରୁ ଆଇପିଏସ ଓ ଓପିଏସସ୍ତରରେ ବଡ଼ ଅଦଳବଦଳ କରାଯାଇଛି । ୧୮ ଆଇପିଏସଙ୍କର ଅଦଳବଦଳ କରାଯାଇଛି । ସେହିପରି ୧୨ ଓପିଏସଙ୍କର ବି ଅଦଳବଦଳ ହୋଇଛି ।
୧୯୯୫ ବ୍ୟାଚ୍ ଆଇପିଏସ ଡକ୍ଟର ସନ୍ତୋଷ ବାଲାଙ୍କୁ ଏସଏଫଏସଏଲ ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୨୦୦୨ ବ୍ୟାଚ୍ ଆଇପିଏସ ଏସ ପ୍ରବୀଣ କୁମାରଙ୍କୁ ଆଇଜି ପୁଲିସ୍ ପ୍ରୋଭିଜନିଂ, ସେହି ବ୍ୟାଚର ଆଇପିଏସ ଗଜଭିୟେ ସତୀଶ କୁମାରଙ୍କୁ ଆଇଜି ପୁଲିସ୍ ସ୍ପେଶିଆଲ୍ ଆର୍ମଡ଼ ପୁଲିସ୍, ୨୦୦୩ ବ୍ୟାଚ୍ ଆଇପିଏସ ସଂଜୟ କୁମାର କୌଶଳଙ୍କୁ ଆଇଜି ପୁଲିସ୍ ଇଓଡବ୍ଳୁ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୭ ବ୍ୟାଚ୍ ଆଇପିଏସ ଅବିନାଶ କୁମାରଙ୍କୁ ରାଜ୍ୟ କ୍ରାଇମ୍ ରେକର୍ଡ଼ ବୁ୍ୟରୋର ନିଦେ୍ର୍ଦଶକ ଭାବେ, ୨୦୦୮ ବ୍ୟାଚ୍ ଆଇପିଏସ ସତ୍ୟଜିତ ନାୟକଙ୍କୁ ଡିଆଇଜି କେନ୍ଦ୍ରୀୟ ରେଞ୍ଜ, ୨୦୧୧ ବ୍ୟାଚ୍ ଆଇପିଏସ ପିନାକ ମିଶ୍ରଙ୍କୁ ଡିଆଇଜ ପୂର୍ବାଞ୍ଚଳ ରେଞ୍ଜ ଭାବେ, ୨୦୧୩ ବ୍ୟାଚ୍ ଆଇପିଏସ ପରମର ସ୍ମିତ ପାରଷୋତ୍ତମଦାସଙ୍କୁ ଏସପି କ୍ରାଇମବ୍ରାଞ୍ଚ ଭାବେ, ୨୦୧୪ ବ୍ୟାଚ୍ ଆଇପିଏସ ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା ଏସପି ଭାବେ, ପ୍ରତୀକ ସିଂହଙ୍କୁ ପୁରୀ ଏସପି ଭାବେ, ପ୍ରତୁ୍ୟଷ ଦିୱାକରେଙ୍କୁ ଏସପି ବାଲେଶ୍ୱର ଭାବେ, ଭିନୀତ ଅଗ୍ରୱାଲଙ୍କୁ କଟକ ଗ୍ରାମାଞ୍ଚଳ ଏସପି, ରାଜପ୍ରସାଦଙ୍କୁ ଏସପି ସ୍ପେଶିଆଲ୍ ବ୍ରାଞ୍ଚ ଭାବେ ବଦଳି କରାଯାଇଛି । ଅପରପକ୍ଷରେ ଆଇପିଏସ ଗୁଣ୍ଡା ରେଡ୍ଡୀଙ୍କୁ ଝାରସୁଗୁଡ଼ା ଏସପି ଭାବେ, ଅଙ୍କିତ କୁମାର ବର୍ମାଙ୍କୁ ଜଗତସିଂହପୁର ଏସପି ଭାବେ, ଅମ୍ରିତପାଲ ସିଂହଙ୍କୁ ନୂଆପଡ଼ା ଏସପି ଭାବେ, ଅମ୍ରିତପାଲ କୌରଙ୍କୁ ସୁନ୍ଦରଗଡ଼ ଏସପି ଭାବେ ଓ ଭବାନୀ ଶଙ୍କର ଉଦଗାତାଙ୍କୁ ରେଳବାଇ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଏତଦବ୍ୟତୀତ ଓପିଏସ ବିମଳେନ୍ଦୁ ଶତପଥିଙ୍କୁ କଟକ ଷ୍ଟେଟ ପୁଲିସ୍ ହେଡ଼କ୍ୱାର୍ଟର ଏସପି ଭାବେ, କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଡିସିପି ଭାବେ, ଅନୁପ କୁମାର କାନୁନଗୋଙ୍କୁ ଡିସିପି ଭାବେ, ଶ୍ରୀକାନ୍ତ କୁମାର ବେହେରାଙ୍କୁ ଇଓଡବ୍ଳୁ୍ୟ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଏହାଛଡ଼ା ସୁରେନ୍ଦ୍ର ନାଥ ରାୟଗୁରୁ, ଆନନ୍ଦ ବର୍ଦ୍ଧନ ଗୁରୁଙ୍କୁ ପୁଲିସ ହେଡ଼କ୍ୱାର୍ଟର ଏସପି ଭାବେ, ତପନ ନାରାୟଣ ରଥଙ୍କୁ ଏଆଇଜି ପୁଲିସ୍ ଏସପି ଭାବେ, ସତ୍ୟବାନ ମହାନନ୍ଦଙ୍କୁ ଏସପି ଭିଜିଲାନ୍ସ ଭାବେ, ଦେବାଶିଷ ଧଳଙ୍କୁ ସ୍ପେଶିଆଲ୍ ବ୍ରାଞ୍ଚ, ପ୍ରଭାଶଙ୍କର ନାୟକଙ୍କୁ ଏଆଇଜି ପୁଲିସ୍ ଏସପି ହେଡ଼କ୍ୱାର୍ଟର, ଦେବଦତ୍ତ କରଙ୍କୁ ଏସପି ପୁଲିସ୍ ହେଡ଼କ୍ୱାର୍ଟର ଭାବେ ଓ ସତ୍ୟଜିତ ମିଶ୍ରଙ୍କୁ ଏଆଇଜି ପୁଲିସ୍, ମେରାଇନ୍ ଓ କୋଷ୍ଟାଲ ସିକୁ୍ୟରିଟି ଭାବେ ନିଯୁକ୍ତି ଦିଆଯାଇଛି ।