ଆଧ୍ୟାତ୍ମିକ ଭିତ୍ତିକ ସେମିନାର କାର୍ଯ୍ୟକ୍ରମ 

 ନୀଳଗିରି : ନୀଳଗିରି ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡିଭାଇନ୍ ଏଜୁକେସନାଲ ଏଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଡିଭାଇନ ଟୁଟୋରିଆଲ ସଭା ଗୃହରେ ଶିକ୍ଷା ଓ ଆଧ୍ୟାତ୍ମିକ ଭିତ୍ତିକ ସେମିନାର ଓ ସିମ୍ପୋଜିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ଏହାର ପ୍ରମୁଖ ବିଷୟ ଥିଲା "ବିଦ୍ୟା ବିକାଶରେ ଆଧ୍ୟାତ୍ମିକତାର ଉପଯୋଗୀତା’ । ଏଥିରେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ସମ୍ମାନିତ ଅତିଥି ରତ୍ନାକର ଟାଉନ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ବିନୋଦ ବିହାରୀ ପଣ୍ଡା ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀକାନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ  । ଡିଭାଇନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ  ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ  । ମୁଖ୍ୟଅତିଥି ବିଦ୍ୟା ବିକାଶରେ ଆଧ୍ୟାତ୍ମିକତାର ଉପଯୋଗୀତା ବିଷୟରେ ବିଶେଷ ଆଲୋଚନା କରିଥିଲେ  । ପଞ୍ଚକୋଷ ବିଷୟରେ ଜଣାଇବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ପଞ୍ଚ ଇନ୍ଦ୍ରିୟ ସହ "ମନ’ କୁ କିପରି ନିୟନ୍ତ୍ରିତ କରିବେ ସେ ସମ୍ପର୍କରେ କହିଥିଲେ  ।